ଗ୍ରୀଷ୍ମ 2021
ଗ୍ରୀଷ୍ମ 2021
ନିର୍ଜୀବ ପ୍ରଭାତରେ ଜୀବନର କୁଆଁ କୁଆଁ ରାବ
ଗଣଧର୍ଷିତା ପ୍ରଭାତୀର ଅନୁକଂପା ମୂଳକ ସମର୍ଥନର ଭାବ
ପରକୀୟା ପ୍ରୀତିର ଅନ୍ତିମ ଅଧ୍ୟାୟରେ ତାଜା ରକ୍ତର ଛିଟା -
ପ୍ରଦୂଷିତ ପ୍ରଶାସନର ପଶାପାଲିରେ ପାଟମାଟ-
ପଚିଶ ପ୍ରକୃତି
ଉତର ଦାୟିତ୍ୱ ବିହୀନ କର୍ମ ସଂସ୍କୃତିରେ ଦୁର୍ନୀତିର
ଅନୁପ୍ରବେଶ
ଗ୍ରୀଷ୍ମର ଆଦ୍ୟ ଆଗମନରେ ପରିବର୍ତ୍ତିତା ପ୍ରକୃତି
ଗରମ ଦେହରେ ଦାହର ସଂକୁଚିତ ମୂର୍ଜନା ଓ ଭର୍ତ୍ସନା
କ୍ରମବର୍ଦ୍ଧିତ ଗ୍ରୀଷ୍ମର ଚିରଂତନ ଆବାହନୀ ସଂଗୀତର
ଲାଳିତ୍ୟ
ଏସବୁ ଗୋଲମାଳରେ ତୟାର ହୁଏ ନଷ୍ଟ ଗଧର ଅସହାୟତା
ଯକ୍ଷପ୍ରଶ୍ନ ଓ ଅବୋଲକରା କାହାଣୀର ପ୍ରଲ୍ୟବିତ ପ୍ରହେଳିକା
ବାସହୀନ ପଳାଶ ଫୁଲର ଆମୂଲିପିରେ ପ୍ରଣୟର ପ୍ରତ୍ୟୟ
ଲକ୍ଷ୍ୟଚ୍ୟୁତ ଉଲକାର ପତନରେ- ଫୁଜୀଭୂତ ଅସଂତୋଷର
ଉଦଗୀରଣରେ
ଅଣଚାଷ ପବନରେ- ମହକି ଯାଉଥିବା
ମଧୁକ୍ଷରା ସୁରଭିରେ
ମୃଦୁ ପାନୀୟର ବିପଣୀରେ- ଆଇସକ୍ରିମର କୁହୁକରେ
ବୃନ୍ତଚ୍ୟୁତ କଳିକାର ଅଧ୍ୟ ପତିତ
ସ୍ୱପ୍ନରେ- ଦିଶାହୀନତାରେ
ଅକଥନୀୟ ତୃଣଭରା ଏକ ବିଦଗଧ ଫୁଲବନରେ
ଅତୀନ୍ଦ୍ରୀୟ ଚେତନାର ଆସ୍ତରଣରେ କଳା ଭାସବାଦଲ
ମୃତ୍ୟୁ ଚେତନା ଜୀବନ୍ତ ହେଉଛି ଅଜ୍ଞାତବାସର
ଦିନଲିପିରେ
ଏ ସୁନ୍ଦର ପରିପୁଷ୍ଟ ପରିବେଷ୍ଟନୀର
। ଝରିଆସୁ ପକ୍କ ଶ୍ରମିକର ପ୍ରଶାନ୍ତ
ପ୍ରପାତିରେ ।
ଶୀତ 2021
ଶୀତ ଆସିଛି: ପରିବର୍ତ୍ତନ ଓ ପ୍ରଗତିର ମିଳନ -
ସଂଗରେ
ଯୁଗ ବଦଳିବାର ଅନନୁଭୂତ, ଅପାର୍ଥିବ ବେଳାରେ
ଯୁଗପୁରୁଷଙ୍କ ଧରାବତରଣର ମାହେନ୍ଦ୍ର ମୁହୂର୍ତ୍ତରେ ।
ଶୀତ ଆସେ: ପାରମ୍ପରିକ କମ୍ପନ ଓ ଉବେଳନରେ
ରଣଜାଡ ଥଣ୍ଡାରେ- ନିଆଁପୁଆଁ ପରିବେଶରେ
ଶୂନଶାନ୍ ରାସ୍ତାରେ- ଘନାବୃତ୍ତ ଅବୟବରେ ।
ଶୀତ ଆସିଛି: ପରମାଣୁ ଆକିତ ବିଶ୍ୱ ସମୁଦାୟର
ମାନସମନ୍ଥନରେ
ଅର୍ଥନୀତିର ଉତ୍ଥାନ ପତନରେ- କୃଷିକ୍ଷେତ୍ରର
ସଂକଟରେ
ମରୁଡି, ଅନିଆ ବର୍ଷା ଓ ରୋଗପୋକର ସମ୍ମିଳିତ
ଆକ୍ରମଣରେ
ଶୀତ ଆସେ: ମାର୍ଗଶୀର ମାଣବସା ଗୁରୁବାରର ଐତିହ୍ୟ
ସମ୍ପନ୍ନ ପରଂପରାରେ
କିଛିଟା ପୁରିଲା ଭାବରେ ପରିପୂର୍ଣ୍ଣ ପ୍ରାଣପ୍ରାଚୁର୍ଯ୍ୟରେ
ଶୀତବସ୍ତର ପସରାରେ- ଫଟା କଂବଳର ବିଦ୍ରୂପରେ
ଶୀତ ଆସିଛି: ପ୍ରିୟା ଓଷ୍ଣର ଉଷ୍ଣ ମିଳନରେ- ଅନତି
ଦୀର୍ଘ ଚୁମ୍ବନରେ
ପ୍ରେୟସୀର କଥାକୁହା ଆଖିରେ- ଗହଗହ ପଲକରେ
ରକ୍ତ ଗୋଲାପର ଲାଲ ଟହଟହ ବ୍ଯାତିରେ- ମିଳନ .
ବତୀରେ ।
ଶୀତ ଆସିବ: ଗୋଧୂଳି ସନ୍ଧ୍ୟାରେ କଳରବରେ-
ଝୁଜରଣରେ
ଏକ ମହାର୍ଘ ମଧୁ ମିଳନର ଆୟମାରମ୍ଭରେ
ପ୍ରଗତି ଓ ଉନ୍ନୟନର ଭିନ୍ନ ଏକ ଦିଗ୍ୟତରେ ।
