STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଗରୀବ

ଗରୀବ

1 min
151


ପୂର୍ବଜନ୍ମର  /   ସୁକୃତ ବଳରେ

ଏ ଧରାପୃଷ୍ଠେ

ନରର ଉତ୍ପତ୍ତି  /  ଜନନୀ ଜଠରେ

ହୁଅଇ ନିତ୍ୟେ ।।

ଅମୃତ ସନ୍ତାନ / ନରଜନ୍ମ ଧନ୍ୟ

ତାହାର “ସୃଷ୍ଟି-

କରତା; ଈଶ୍ଵର  / ସଂସାର ମଙ୍ଗଳ

କାମନା ଇଚ୍ଛି ।।

ସତ୍ କରମେ ନର  /  ଆନନ୍ଦ ଲଭଇ

ବିରାଜେ ଶାନ୍ତି

ନୀଚକର୍ମେ “ମନ୍ଦ-  / ଗତି: ଭୋଗ ହୁଏ

ବୁଡଇ କ୍ଷାତି ।।

ନିଜ କର୍ମେ ନର / ହୁଏ ନାରଖାର

                       ବୃତ୍ତି ବଦଳେ

କର୍ମ ଦୋଷରୁ  /  ଦୁଃଖ ଆସେ ମାଡି

ଗରୀବି ଘୋଟେ ।।

ଗରୀବ ହୋଇବା  /  ନୁହଁଇ ପ୍ରାରବ୍ଧ

ନିଜକୁ ନିଜେ

କରମ ଦୋଷରୁ  /  ଗରୀବ ହୁଅଇ

ଦୁଃର୍ଦ୍ଦଶା ଭୋଗେ ।।

ଅଳସୁଆ ପଣ  /  ହୀନମନ୍ୟତା

ଜୀବନେ ଦୁଃଖ

ଡାକଇ ଅକାଳେ /  ଗରୀବି ,ସୁଖ ତା

ନମାଡେ ପାଖ ।।

ଗରୀବି ସଜାଏ  /  ଭିକାରୀ; ମଣିଷ

ହୁଏ ନିସଙ୍ଗ

ନିଜ ଲୋକ ବେଳ / ପଡିଲେ ଦେଖାଏ

ତାତ୍ସଲ୍ୟ ଭାବ ।।

ଗରୀବି ଗୋଟାଏ / ଶକ୍ତ ଅଭିଶାପ

ଜୀବନ ଜୁଇ

ଜଳେ; ସମଦଶା / ବଞ୍ଚିବା ମରିବା

ଜୀବନ ପାଇଁ ।।






Rate this content
Log in