ଗରୀବ
ଗରୀବ
1 min
121
ସଂସାରର ଦୁଃଖ
ସହୁଛି ମୁହିଁ
ଦିନ ମୋର ବିତେ
ଅନ୍ୟକୁ ଚାହିଁ।୧।
ଗରୀବପଣ ମୋ
ଦୁଃଖର ଘର
ସବୁ ଥାଇ ପୁଣି
ଘର ଅନ୍ଧାର।୨।
ଧନୀ ଲୋକ କେହି
ବୁଝନ୍ତି ନାହିଁ
ଗରୀବର ଲୁହ
ସରେ ବା କାହିଁ।୩।
ବୋଲ ହାକ କରେ
ନିତି ଅନ୍ୟର
ଦୁଃଖ ଖାଲି ଲେଖା
ଭାଗ୍ୟରେ ମୋର।୪।
ଭାଗ୍ୟକୁ ଆଦରି
କର୍ମ ମୁଁ କରେ
ଅନ୍ୟର ସେବାରେ
ସବୁ ଯେ ହାରେ।୫।
ନିଜର ବୋଲି ମୋ
କିଛି ତ ନାହିଁ
ବଞ୍ଚିଛି ବଞ୍ଚିବି
ଅନ୍ୟଙ୍କ ପାଇଁ।୬।
ସାହା ଏକା ସେଇ
କଳା ଠାକୁର
ବିଶ୍ୱାସ କେବଳ
ଈଶ୍ୱର ମୋର।୭।
