STORYMIRROR

Ajay kumar Behera

Others

3  

Ajay kumar Behera

Others

ଗରୀବ

ଗରୀବ

1 min
124


ସଂସାରର ଦୁଃଖ

ସହୁଛି ମୁହିଁ

ଦିନ ମୋର ବିତେ

ଅନ୍ୟକୁ ଚାହିଁ।୧।


ଗରୀବପଣ ମୋ

ଦୁଃଖର ଘର

ସବୁ ଥାଇ ପୁଣି

ଘର ଅନ୍ଧାର।୨।


ଧନୀ ଲୋକ କେହି

ବୁଝନ୍ତି ନାହିଁ

ଗରୀବର ଲୁହ

ସରେ ବା କାହିଁ।୩।


ବୋଲ ହାକ କରେ

ନିତି ଅନ୍ୟର

ଦୁଃଖ ଖାଲି ଲେଖା

ଭାଗ୍ୟରେ ମୋର।୪।


ଭାଗ୍ୟକୁ ଆଦରି

କର୍ମ ମୁଁ କରେ

ଅନ୍ୟର ସେବାରେ

ସବୁ ଯେ ହାରେ।୫।


ନିଜର ବୋଲି ମୋ

କିଛି ତ ନାହିଁ

ବଞ୍ଚିଛି ବଞ୍ଚିବି

ଅନ୍ୟଙ୍କ ପାଇଁ।୬।


ସାହା ଏକା ସେଇ

କଳା ଠାକୁର

ବିଶ୍ୱାସ କେବଳ

ଈଶ୍ୱର ମୋର।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍