STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
267

ସିନ୍ଥିରେ ସିନ୍ଦୂର ଆଖିରେ କଜ୍ଜଳ

ପାଦରେ ଅଳତା ଗାର

କପାଳରେ ନାଇ ଚନ୍ଦନ ଟିପା ଲୋ

ଝିଅ ଯାଏ ଶାଶୁ ଘର।୧ା


ପଛରେ ପକାଇ ବାପା,ମା,ଭାଇ

ଭଉଣୀ ଓ ପରିବାର

ହୁଳହୁଳି ସୂରେ ବନ୍ଦାପନା ପରେ

ସାଜେ ଗୃହଲକ୍ଷ୍ମୀ କାର। ୨ା


ସ୍ନେହ ପରିପୂର୍ଣ୍ଣ ହୃଦ ସରୋବରେ

ଫୁଟାଏ ପ୍ରେମ କମଳ

ସେ ପ୍ରେମର ମଧୂ ମହକରେ ଭିଜେ

ତାହାର ଶ୍ବଶୁର ଘର ।୩ା


ଧନ ରେ ,ଗୁଣରେ ରୂପର ସମ୍ଭାରେ

ଖ୍ୟାତ ଦେବୀ ମହାଲକ୍ଷ୍ମୀ

ସେଥିପାଇଁ ପରା ବଧୂକୁ ମିଳିଛି

ଉପାଧି ଏ ଗୃହଲକ୍ଷ୍ମୀ।୪ା


ରୋଷେଇ ଶାଳରେ ଅନ୍ନପୂର୍ଣ୍ଣା ସାଜି

ବ୍ୟଜନ ଦିଏ ପରଶି

ଯେତେ କଷ୍ଟ ଆସୁ ଜୀବନ ଜଞାଳେ

ସହିଯାଏ ହସିହସି ।୫ା


ସଂଚୟ ଗୁଣରେ ଅଦିତୀୟା ସେଯେ

ସଦା ପୂର୍ଣ୍ଣ ତାର ପେଡି

ଅଭାବୀ ସଂସାରେ ଅର୍ଥାଟନ ବେଳେ

ସ୍ବାମୀ ଆଗେ ଦିଏ ବାଢି।୬ା


ଶୁଣ,ଶୁଣ, ମୋର ମାଆ ,ଭଉଣୀ ଏ

ଶୁଣ ଗୋ ମିତଣୀ ସହି

ସାର୍ଥକ କରିବା ଗୃହଲକ୍ଷ୍ମୀ ନାମ

ଉତ୍ତମ କର୍ତ୍ତବ୍ୟ କରି ।୭ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍