ଗ୍ରାମ୍ୟ ପରିବେଶ
ଗ୍ରାମ୍ୟ ପରିବେଶ
1 min
14.3K
ହମ୍ବାରଡି ଆଉ ଶୁଭୁନି ଗାଁଆରେ
ଜମି ପଡିଲାଣି ପଡିଆ
ମାଗଣା ଚାଉଳ ଦେବାରୁ ସର୍କାର
ମିଳୁତ ନାହାଁନ୍ତି ମୂଲିଆ ॥
କ୍ଷୀର ବି ମିଳୁନି ମନ୍ଦିରକୁ ଯାଇ
କରିବାକୁ ଦିଅଁ ଦର୍ଶନ
ସହରକୁ ଯାଇ ଚାଷୀ ଭାଇ ପିଲେ
କଲେ କୋଠା ବାଡି ନିର୍ମାଣ ॥
ଗ୍ରାମ୍ୟ ପରିବେଶ ଗଲାଣି ବଦଳି
ହରାଇ ସଂସ୍କୃତି ସଭ୍ୟତା
ମଦର ପ୍ରାବଲ୍ୟ ରାଜନୀତି ହିଂସା
ଶିକ୍ଷା ସ୍ଵାସ୍ଥ୍ୟ ଅବ୍ୟବସ୍ଥା ॥
ରାଜନୀତି ହିଂସା ବେକାରୀ ସମସ୍ୟା
ଯୁବପିଢି ପଥଭ୍ରଷ୍ଟ
ନୈତିକତାହୀନ ଶିକ୍ଷା ସମାଜକୁ
କରିଲାଣି ନଷ୍ଟ ଭ୍ରଷ୍ଟ ॥
ଆଉକି ଫେରିବ ସେ ପୂର୍ବ ଜମାନା
ସୁସ୍ଥ ଗ୍ରାମ୍ୟ ପରିବେଶ
ଭାଗବତ ଟୁଙ୍ଗି ଗୋରୁଙ୍କ ଗୁହାଳ
ହଳ ବଳଦରେ ଚାଷ ? ॥
