STORYMIRROR

Priyabrata Mohanty

Children Stories

3  

Priyabrata Mohanty

Children Stories

ଗ୍ରାମଦେବୀ

ଗ୍ରାମଦେବୀ

1 min
256

କେଉଁ କାଳରୁ ଗାଆଁ ମୁଣ୍ଡରେ ରହିଛନ୍ତି ଆଦ୍ୟାଶକ୍ତି

ଫଳ ନୈବେଦ୍ୟ ଅର୍ପଣ କରି ଜଣାଉ ନିଜ ଭକ୍ତି ।।


ମନ୍ଦିର ମଧ୍ୟେ ବେଲ ଗଛ ମୂଳେ ମାଆଙ୍କର ଆସ୍ଥାନ

ବୈଦିକ ରୀତିରେ ନନା କରନ୍ତି ମାଆଙ୍କର ବନ୍ଦନ ।।


ରଙ୍ଗ ବେରଙ୍ଗୀ ପୁଷ୍ପରେ ଭରା ଚରଣ ଦୋୟ ତାର

ସୁବର୍ଣ୍ଣ ଚିତା ମସ୍ତକେ ଧରି କଣ୍ଠେ ଗଜରା ହାର ।।


ନାଲି ଶାଢ଼ୀ ନାଲି ଶଙ୍ଖା ନାଲି ନେତ ଉଡ଼େ ଫରଫର

ଚୁଆ କସ୍ତୁରୀ ଗୁକୁଳ ଝୁଣା ମହକରେ ମହକେ ମନ୍ଦିର ।।


ଦ୍ୱାରପାଳ ଭାବେ ଦୁଇ ବାଘ ବସିଛନ୍ତି ସମ୍ମୁଖେ ଜଗି

ଆସ୍ଥା ବିଶ୍ୱାସ ଡୋରୀରେ ବାନ୍ଧି ହୋଇଛୁ ଆମେ ଯୋଗୀ ।।


ଭଜନ କୀର୍ତ୍ତନ ହୁଳ ହୁଳି ସଙ୍ଗେ ହୁଏ ସନ୍ଧ୍ୟା ଆରତୀ

ମନ ବାଞ୍ଛିତ ଫଳ ପାଇଁ ଆମେ ଜାଳୁ ଅଖଣ୍ଡ ବତୀ ।।


ଚଇତି ନାଚ ଉଡ଼ା ପରବ ମାଜଣା ହେଲେ ଅନୁଷ୍ଠିତ

ଘଣ୍ଟ ମାଦଳ ଶଙ୍ଖ ଧ୍ୱନିରେ ନଭ ହୁଏ ପ୍ରକମ୍ପିତ ।।


ସବୁ ଶୁଭ କାର୍ଯ୍ୟ ଆରମ୍ଭ ହୁଏ ତାର ଆଜ୍ଞା ଅନୁସାରେ

ତାର ନାମ ତୁଣ୍ଡେ ଧରିଲେ ଭୂତ ପିଶାଚ ରୁହନ୍ତି ଦୂରେ ।।


ଦୁଃଖ ହାରିଣୀ ମଙ୍ଗଳକାରିଣୀ ସେ ହିଁ ଈଶ୍ୱର

ବିପଦରେ ଥାଇ ଡାକିଲେ ଥରେ ବିପତ୍ତି ହୁଏ ଦୂର ।।


Rate this content
Log in