STORYMIRROR

Bedanta Bagarty

Children Stories

3  

Bedanta Bagarty

Children Stories

ଗୋଟିଏ ଶ୍ରେଷ୍ଠ ମଣିଷ ଜୀବନ

ଗୋଟିଏ ଶ୍ରେଷ୍ଠ ମଣିଷ ଜୀବନ

1 min
271

 ରେ ମନ ଆଉ କେତେ ଏହି ମିଛ ଅହଂକାରରେ ବଞ୍ଚିବୁ

 କେତେ ଦିନ ଗର୍ବ କରିବୁ,

ଏ ଜୀବନ ଯେବେ ଛାଡି ଜୀବ

ତୁ ବି ଜଳି ନିଆଁରେ ପାଉଁଶ ହେବୁ

ମାନ ସମ୍ମାନ ପ୍ରେମ ପାଇଁ କେତେ ବଳି ଦେବୁ

ଧର୍ମର ବାଟରେ କେତେଙ୍କୁ ନାଶିବୁ

ପାପ କରି କେତେ ଗୀତା ସାଜିବୁ

 ମାଟିର ମଣିଷ ତୁବି ମାଟିରେ ମିଶିଯିବୁ

କେହିତ ନାହି ଆଉ କେହି ରହିବେ 

 ସୁଖରେ ତ ସବୁଥିବେ

ସତକଥା ଏତିକି ଦୁଃଖରେ ପାଖେ ଛିଡା ନହେବେ

ଦୁଃଖ ଦେଇ ଆଉ କେତେ କନ୍ଦେଇବୁ

ଭୁଲି ଯାନାରେ ମଣିଷ ତୁବି ଦିନେ କାନ୍ଦିବୁ

ହସ ଦେଇ ନପାରିବୁ ତୁହି

କଷ୍ଟଦେନା ଆଉ କାହାକୁ

ଭଲକରି ନପାରିବୁ ଯଦି

ଖରାପ୍ କରନା କିଛି ତୁ

ଅନ୍ୟ ପାଇଁ ଯଦି ଖୋଲିବୁ ଗାତ ତୁ

ଭୁଲିଯାନା ସେ ଗାତରେ ଦିନେ ପଡିବୁ ତୁ

ଏହି ମିଛ ସଂସାରରେ ଅଳ୍ପ କିଛି ଦିନ

ହସ ଖୁସି ଆନନ୍ଦରେ ବିତି ଯାଉ ଏଜୀବନ

ଘେନି ନିଅ ମିଠା ଭାଷାରେ ସଭିଙ୍କ ମନ

ଗୋଟେ ମାତ୍ର ଜୀବନ

ଗୋଟିଏ ଶ୍ରେଷ୍ଠ ମାତ୍ର ଏହି ମଣିଷ ଜୀବନ....

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍