STORYMIRROR

ପଙ୍କଜିନୀ ଭୋଇ

Others

3  

ପଙ୍କଜିନୀ ଭୋଇ

Others

ଗୋଟିଏ ଫୁଲର ପାଖୁଡା ଆମେରେ

ଗୋଟିଏ ଫୁଲର ପାଖୁଡା ଆମେରେ

1 min
224

ଗୋଟିଏ ଫୁଲର ପାଖୁଡା ଆମେରେ

ଫୁଟିଚୁ ତ ହେଇ ଫୁଲ,

ରଙ୍ଗ ବେରଙ୍ଗର ନାନା ଜାତି ଫୁଲ

ଗୋଟେ ବଗିଚାରେ ମେଳ ।।

ସେହି ବଗିଚା ତ ବିଦ୍ୟାଳୟ ଆମ

ଆମେ ସେ ବଗିଚା ଫୁଲ

ତିନୋଟି ଶ୍ରେଣୀ ର ଛାତ୍ର ଛାତ୍ରୀ ଆମେ

ଏକାଠି ହସ ଓ ଖେଳ ।।

ଶିକ୍ଷକ ଆମର ବଗିଚାର ମାଳି

ପରଂ ପୂଜ୍ୟ ବିଦ୍ୟାଦାତା

ମୁଢ଼ ଅଜ୍ଞାନ ର ଜ୍ଞାନ ଦାତା ସେହି

ସ୍ୱୟଂ ବିଦ୍ୟାର ଯେ ପିତା ।।

ବଗିଚାରେ ମାଳି ପାଣି ଦେଲା ଭଳି

ଢାଳି ଦିଆନ୍ତି ଆଶିଷ

ତାଙ୍କ ଆଶିଷ ରେ ଫୁଟିଯାଏ ଫୁଲ

ଧରି ସାଥେ ନାନା ବାସ ।।

ଅଧ୍ୟୟନ ରୂପୀ ନୂଆଁ ରଙ୍ଗ ବୋଳି

ବଗିଚା ଉଠଇ ହସି

ସଫଳତା ରୂପୀ ବାସନରେ ଆମେ

ଭରିଦେଉ କେତେ ଖୁସି ।।

ଏଥିପାଇଁ ବୋଲି ଦୁନିଆ ତୁଣ୍ଡରେ

ଥାଏ ଆମ ସ୍କୁଲ ନାଁ

ପାଇ କେତେ ଶ୍ରେୟ ଶୁଣିବାକୁ ମିଳେ

ପୁଣି କେତେ ବାଃ ବାଃ ।।

ଅଧ୍ୟୟନ ରୂପୀ ଏ ଲମ୍ବା ବାଟର

ବାଟୋଇଟେ ସାଜିଯିବା

ପାଠପଢି ଦିନେ ମଣିଷଟେ ହେଇ

ବିଦ୍ୟାଳୟ ନାଁ ରଖିବା ।।


(ମୋ ପୁରୁଣା ଡାଇରୀ ରୁ......)



Rate this content
Log in