STORYMIRROR

Pranati Mahapatra

Others

3  

Pranati Mahapatra

Others

ଗୋଟିଏ ମାଆର ସନ୍ତାନ

ଗୋଟିଏ ମାଆର ସନ୍ତାନ

1 min
178


ଧରମ ଅନେକ ଏଠି ଜାତି ବି ଅନେକ,

ମଣିଷ ବୁଝେନି କେବେ ଈଶ୍ୱର ଯେ ଏକ।

 ଜାତିଧର୍ମ ଏକ ଆମେ ଈଶ୍ୱର ସନ୍ତାନ,

ଭେଦଭାବ ନାହିଁ କର୍ମ କରିବା ମହାନ

ପରାଧୀନ ଥିଲୁ କେବେ ଏବେ ତ ସ୍ଵାଧୀନ,

ଭୁଲିବୁନି ବାପୁଜୀଙ୍କ ଅହିଂସା ଆନ୍ଦୋଳନ।

ଭୁଲି ହିଂସା, ଦ୍ଵେଷ ଆଉ ପରଆପଣାର,

ରାମରାଜ୍ୟ ସ୍ଵପ୍ନ ଥିଲା ଆମ ବାପୁଙ୍କର।

ସେହି ସ୍ଵପ୍ନ ନିଶ୍ଚେ ଦିନେ କରିବା ପୂରଣ,

ହାତେ ହାତ କାନ୍ଧେ କାନ୍ଧ ମିଳାଇ ଚାଲିଣ।

 ଆମରି ଘର ବୈକୁଣ୍ଠ ଏହି ଜଗତରେ

ବାପାମାଆଙ୍କର ଦାନେ ଗଢା ଯେ ହୁଏରେ।

ସ୍ନେହ ମମତା ଡୋରରେ ସଭିଙ୍କୁ ଛନ୍ଦନ୍ତି,

ଏକନାଡି ବେନିଖଣ୍ଡ ଜଣା ନ ପଡନ୍ତି,

ଏକତା ସୂତ୍ରରେ ଥାଉ ଏକ ମାଳା ସମ,

ମନ ଏକ ଚିନ୍ତା ଏକ ପୂଣ୍ୟ ଧାମ ଆମ।

ଗୋଟିଏ ହାତର ଥାଉ ଅଙ୍ଗୁଳି ଯେ ଆମ,

ସତ୍ୟ,ଧର୍ମ ପଥେ ଚାଲୁ କରି ସତ୍କର୍ମ।

ଏ ଭାରତ ଭୂମି ପରେ ଆମେ ବୀରବୀରା,

ଏକତା ମନ୍ତ୍ରରେ ଯାଇ ଧନ୍ୟ କରିବୁ ଏ ଧରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍