STORYMIRROR

Pinku Ranbida

Others

3  

Pinku Ranbida

Others

ଗୋଟେ କପ୍ କଫି

ଗୋଟେ କପ୍ କଫି

1 min
261


ଶ୍ରାବଣ ମାସର ସେ ବର୍ଷା ରାତି

ଭୁଲି ମୁଁ ପାରୁନି ସାଥି

ବର୍ଷାର ସେ ବୁନ୍ଦା, ବୁନ୍ଦା ପାଣି

ତୁମ ପାଖକୁ ନେଉଥାଏ ଟାଣି ll


ଦେହ ଭିତରେ ମୋ ଲଗେଇଥିଲା ନିଆଁ

ଭୁଲି ଯାଇଥିଲି ମୁଁ ସାରା ଦୁନିଆଁ 

ଗୋଟେ ଛତାଧରି ଦୁହେଁ ଚାଳୁଥିଲେ

ପାଦକୁ ପାଦ ମିଶାଉଥିଲେ ll


ତୁମ ମୁହଁରୁ ବାହାରୁଥିଲା ମିଠା,ମିଠା ଶବ୍ଦ

ମୋ ହୃଦୟ ଦ୍ୱାରାକୁ କରୁଥାଏ ଆଘାତ

ସତେ ଯେମିତି ତୁମ ପ୍ରେମରେ ଯାଇଥିଲି ଫସି

ତୁମ ସାଥେ ସେ ଦିନ ଚାଲି ଚାଲି ଆସି ll


ସବୁକିଛି ଓଲଟ, ପାଲଟ ହୋଇଗଲା

ବର୍ଷା ଯେବେ ବନ୍ଦ ହୋଇ ଯାଇଥିଲା

ଭଲ ପାଏ ବୋଲି କହିଁ ପାରିଲି ନାହିଁ

ତୁମ ମୁହଁକୁ କେବଳ ରହିଁଥିଲି ଚାହିଁ ll


ମନର କଥା ମନ ଭିତରେ ରହିଗଲା ଚାପି 

ତୁମକୁ କହିଁ ପାରିଲି ନାହିଁ ତଥାପି 

ହେଲେ ଏବେବି ମନେ ଅଛି

ତୁମେ ସାଥେ ପିଇଥିବା ସେ ଗୋଟେ କପ କଫି ll






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍