STORYMIRROR

Bijay Barik

Others

4.8  

Bijay Barik

Others

ଗୋଟେ କପ୍ ଚାହା

ଗୋଟେ କପ୍ ଚାହା

1 min
485



ଗୋଟେ କପ୍ ଚାହା ରେ

ଟକ୍ ମକ୍ ହୋଇ ଫୁଟେ

ରକ୍ତ ରେ ଥିବା ହିମୋଗ୍ଲୋବିନ,

ବାମ୍ଫେଇ ଯାଏ ଦେହରୁ

ରଣ୍ଟ ରଣ୍ଟ ହେଉଥିବା

ସବୁ ଥଣ୍ଡା ପଣ,,,,,,


ଗୋଟେ କପ୍ ଚାହା ରେ

ରଂଗ ଛଡା ଦିଶେ

ଟିକେ ଆଗରୁ

ଖନ୍ତଉ ଥିବା ବାରବୁଲା କାକର,

ପାଣିଚିଆ ଲାଗେ

ବାଘୁଆ ଶୀତ ର ହୁଂକାର,

ଫର୍ଚା ଦିଶେ

ବିଲ ବାଡି ବନ ପ୍ରାନ୍ତର,,,,,


ଗୋଟେ କପ୍ ଚାହା ରେ

ସେଇ ଲୋକଟି

ତାଳି ପକାଇ ପାରେ

ଦାରିଦ୍ର୍ଯତାର ଗଳି କନ୍ଦି,

ହିରଣ୍ୟକଷିପୁ ଭଳି

ଅଘସା ଦାନ୍ତରେ ଟୁଙ୍କି ପାରେ

ଶିକାରୀ ର ମାୟା ଜାଲ,,,,,,


ଗୋଟେ କପ୍ ଚାହା ରେ

ଦୂର କୁ ଛିଟିକି ପଡେ

ଦେହରେ ଜମାଟ ବାନ୍ଧି ଥିବା

ଟେଳାଏ ଅଳସୁଆମି,

ପାଟି ସାରା ଖେଳି ଯାଏ

ଗୋଟେ ମିଠା ଆଶ୍ୱାସନା,,,,,,,,


ଗୋଟେ କପ୍ ଚାହା ରେ

ମୋ ଆଶା ଆକାଂକ୍ଷା ରେ

ଡରି ମରି ଲୁଚି ଥିବା

ବାଇଚଢେଇ ଟି

ନିଜ ଦେହରେ ଥଣ୍ଟ ଘସି

ମୁଁହ ଫେରାଏ

ଦୂର ତାଳ ବଣ ଆଡକୁ,,,,,


---------***---------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍