Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Others

3  

Jagannath Barik

Others

ଗୋପଦାଣ୍ଡ ତୋତେ ମନା

ଗୋପଦାଣ୍ଡ ତୋତେ ମନା

1 min
380


ଗୋପଦାଣ୍ଡ ତୋତେ ମନାରେ କାଳିଆ

   ଯମୁନା ହୋଇଛି ମନା

ମନା ବୃନ୍ଦାବନ  ନିକୁଞ୍ଜ କାନନ

   ମନା ମୂରଲୀ ମୂର୍ଚ୍ଛନା

    ରାଧାରାଣୀ ବିମନା

  ଅଧା ରହିଗଲା ତା ବାସନା

  ଗୋପୀପ୍ରେମ ହେଲା ବିଡ଼ମ୍ବନା |(1)


କାନ୍ଦି କାନ୍ଦି ନନ୍ଦ  ହୋଇଲେଣି ଅନ୍ଧ

  ଯଶୋବନ୍ତୀ ବାଇଆଣି

କରଜରେ ସ୍ଥିତ   ସର ନବନୀତ

  ଶୁଖି ବାସି ହୋଇଲାଣି

   ଗାଭୀକୁଳ ବିକଳ

  ତୃଣ କରୁନାହାନ୍ତି କବଳ

  ରୁଷ୍ଟ ସୁଦାମ ମଧୁମଙ୍ଗଳ |(2)


ନଯିବୁ ମଥୁରା  ଦ୍ୱାରାବତୀ ପରା

  ଚାଲାକି ପଡ଼ିଛି ଧରା

କୁଜି କୁଜ ହରା  ମତ୍ତନାଗ ଦଳା

  ମଞ୍ଚରେ ମାତୁଳ ମରା

   ଘରବୁଡ଼ା ନାଗର

  କଉରବ ବଂଶ ନାଶକର

  କୁଳବୁଡ଼ା କପଟି ଶେଖର |(3)


ହସ୍ତିନାତ ମନା  ନବଦ୍ୱୀପ ମନା

  ମନା ଗିରି ଗୋବର୍ଦ୍ଧନ

କ୍ରୋଧିତା ଗାନ୍ଧାରୀ ଲକ୍ଷ୍ମୀପ୍ରିୟା ଭାରି

  ଚାହିଁବେ ନାହିଁ ବଦନ

   ଏବେ ନୀଳକନ୍ଦରେ

  ଥାଅ ବ୍ରହ୍ମଦାରୁ ସ୍ୱରୂପରେ

  କୃପାବାରି ବର୍ଷ ଉତ୍କଳରେ |(4)



Rate this content
Log in