STORYMIRROR

Chittaranjan Nanda

Others

4  

Chittaranjan Nanda

Others

ଗୋପବନ୍ଧୁଙ୍କ ସ୍ମୃତି ଚାରଣ

ଗୋପବନ୍ଧୁଙ୍କ ସ୍ମୃତି ଚାରଣ

1 min
300

ହେ ମହାନ୍ ଆତ୍ମା ଗୋପବନ୍ଧୁ,

ପୁରୀ ଜିଲ୍ଲା ସୁଆଣ୍ଡ ଗାଁରେ 

ମାତା ସ୍ଵର୍ଣମୟୀଙ୍କ କୋଳରେ 

ପିତା ଦୈତାରୀଙ୍କ ଓୌରସରେ 

1877, ନଅ ଅକ୍ଟୋବରରେ

ଜନମିଲ ତୁମେ ଉତ୍କଳ ମାଟିରେ


ହେ ମହାନ୍ ଆତ୍ମା ଗୋପବନ୍ଧୁ,

ମାଆ ଛେଉଣ୍ଡ ହେଲ ପିଲାବେଳରୁ

ବଢିଲ ପିଉସୀର ସହାୟତାରୁ

ପ୍ରାଥମିକ ଶିକ୍ଷା ନେଲ ପୁରୀ ଜିଲ୍ଲା ସ୍କୁଲରୁ

ଉଚ୍ଚ ଶିକ୍ଷା ନେଲ ରେଭେନ୍ସାରୁ

ଆଇନ୍ ଶିକ୍ଷା ପାଇଲ କଲିକତାରୁ 


ହେ ମହାନ୍ ଆତ୍ମା ଗୋପବନ୍ଧୁ,

12 ବରଷେ ଆପ୍ତିଙ୍କୁ ପତ୍ନୀ ରୂପେ ପାଇଲ

ଜୀବନକୁ ଦେଶ ସେବା କର୍ମେ ଲଗାଇଲ

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ ସାମିଲ ହେଲ

ଓଡିଶା କଂଗ୍ରେସ ଦଳ ଗଠନ କଲ

ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କୁ ଓଡିଶା ଅଣାଇଲ


ହେ ମହାନ୍ ଆତ୍ମା ଗୋପବନ୍ଧୁ,

ମାତୃଭୂମିର ସେବା କରିବା, ପ୍ରତିଜ୍ଞା ଥିଲା

ସ୍ୱାଧୀନତା ଜନ୍ମଗତ ଅଧିକାର, ଧର୍ମ ଥିଲା

ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ମନ କାନ୍ଦୁଥିଲା,

ସର୍ବଦା ତୁମ ହୃଦୟ ବିଗଳିତ ଓ ବିଚଳିତ ହେଉଥିଲା

ତୁମ ଚେଷ୍ଟାରେ ଓଡିଆ ଶ୍ରମିକ ସଂଘ ତିଆରି ହେଲା


ହେ ମହାନ୍ ଆତ୍ମା ଗୋପବନ୍ଧୁ,

ବାକ୍ୟ ଓ କର୍ମରେ ତୁମର ଥିଲା ସମାନତା

ହୃଦୟ ଜଳୁଥିଲା ପାଇବାକୁ ସ୍ୱାଧୀନତା

ଓଡିଆ ସାହିତ୍ୟ ପାଇଁ ଥିଲା ତୁମ ଚିନ୍ତା

ତମର ସୃଷ୍ଟିର ସମ୍ଭାର ହେଉଛି କାରା କବିତା, 

ଅବକାଶ ଚିନ୍ତା, ଧର୍ମପଦ, ବନ୍ଦୀର ଆତ୍ମକଥା


ହେ ମହାନ୍ ଆତ୍ମା ଗୋପବନ୍ଧୁ,

ଜନମାନସର ଦୁଃଖ, ଦୁର୍ଦ୍ଦଶା ମନେ ନେଇ

କଳଙ୍କ ନାହିଁ, ଚାଲିଗଲ ପ୍ରେମ ବାଣ୍ଟି ଦେଇ 

ଚାଲିଗଲ, ଆମାୟିକ ପ୍ରେମରେ‌ ବାନ୍ଧି ଦେଇ

ଦୂରଗାମୀ ସିନା, ତୁମେ ଇତି ହେବ ନାହିଁ 

ଅମରତ୍ୱ କେଵେ ଶ୍ରଦ୍ଧାଞ୍ଜଳି ନିଏ ନାହିଁ 


ଦେଶର ମଣିଷ ତୁମକୁ ମହାତ୍ମାର ଆଖ୍ୟା ଦେଇ

ଭାରତ ଭୂଇଁରେ ଅନ୍ୟାୟ ନୀତିରେ ଡ଼ୁବି ରହି

ସଚ୍ଚୋଟତା, ନିର୍ଭୀକତା,ସେବା ମନୋବୃତ୍ତି ନାହିଁ,

ଜୀବନର ବ୍ରତ ଏକା ରାତିକେ କିପରି କୋଟିପତି ହେବା ଭାଇ


ହେ ମହାନ୍ ଆତ୍ମା ଗୋପବନ୍ଧୁ,

ଅନ୍ୟାୟ, ଅନୀତି, ଶୋଷଣ ଚାଲିଛି

ଯେଉଁ ସ୍ୱପ୍ନ ଦେଖିଥିଲ ତାହା ଅଧା ରହିଛି

ସେ ସ୍ୱପ୍ନକୁ ଦେଖିବା ପାଇଁ ବନ୍ଦୀ ହୋଇଥିଲ

ସେଇ ଦେଶର ନେତା ମାନେ ତାହା ଭୁଲି ଗଲ

ସର୍ବେ ଗଲେ ଭୁଲି ଅହିଂସା ନୀତି ଯାହା ଶିଖାଇଥିଲ 

      


ହେ ମହାନ୍ ଆତ୍ମା ଗୋପବନ୍ଧୁ,

ତୁମେ ଆମ କ୍ଷୁଦ୍ର ସ୍ମୃତି ଠାରୁ ବହୁତ ଦୂରେ

ଆମ, ଅବହେଳିତ ଓଡ଼ିଶା ତମକୁ ସ୍ମରେ

ଆଜି ସମଗ୍ର ଭାରତ ମାତାର ସନ୍ତାନ ନାମେ

ଆପଣଙ୍କ ନାମକୁ ଲେଖାରେ ପ୍ରଜ୍ୱଳିତ କରେ

କୃତକୃତ୍ୟ ମଣୁଛି ଆପଣଙ୍କ ସ୍ମୁତିଚାରଣରେ



Rate this content
Log in