ଗୋମାତା
ଗୋମାତା
1 min
108
ମାଆ ପରି ଦେଇ ସେନେହ ଆଦର
ଯୋଗାଇ ଦେଉ ତୁ ମୋ ପାଇଁ ଆହାର
ରଖିଛୁ ତୋ ପାଶେ ଯେତେକ ଚିଜ
କରି ଥାଉ ଦାନ ନ ରଖି ଭେଦ ||
କ୍ଷୀର, ଦହି, ଛେନା, ଲବଣି ସର
ପାଟିକୁ ସୁଆଦ ବସା ଦହି ତୋହର
ସବୁ ଦେଇ ହେଉ ନ ଦେଲା ପରି
ନାହିଁ କେବେ ମନେ ଗରବ ତୋର ||
ମାଆ ପରି ପୂଜି ପାଦ ତୋହର
ପାରି ହେବି ମୁହିଁ ଭବ ସାଗର
ଆଶିଷ ବରଷି ଦେ ମଥା ପରେ
ଜନମ ଲଭିବି କୋଳରେ ତୋର ||
