ଗୋମାତା
ଗୋମାତା

1 min

201
ଗୋମାତା ମାହାତ୍ମ୍ୟ ଦିବ୍ୟଜ୍ଞାନ ତତ୍ତ୍ୱ
ଯୁଗେ ଯୁଗେ ବନ୍ଦନୀୟ,
ଦ୍ଵାପର ଯୁଗରେ ସ୍ଵୟଂ ସୄଷ୍ଟିକର୍ତ୍ତା
ଦେଇଛନ୍ତି ପରିଚୟ ।
କ୍ଷୀର ଦହି ଘିଅ ଗୋମୁତ୍ର ଗୋବର
ପଞ୍ଚଗବ୍ୟ ହୋଇଥାଏ,
ଯାହା ବିନା ହିନ୍ଦୁ ସାଂସ୍କୃତିକ କର୍ମ
ଅଧୁରା ପ୍ରତୀତ ହୁଏ ।
ପ୍ରାଚୀନ ଯୁଗରେ ଅଧ୍ୟୟନ ପାଇଁ
ଶିଷ୍ୟ ଗଲେ ଗୁରୁକୂଳ,
ଗୋସେବା ଯେ ଥିଲା ପ୍ରଥମ ଦାୟିତ୍ୱ
ଲଭିବାକୁ ବହୁ ଫଳ ।
ବଳଦକୁ ନେଇ ଚାଷୀ ଚାଷ କରେ
ଗୋମାତା ଦିଅଇ ଦୁଗ୍ଧ,
ଗୋମାତାର ଦାନ ଅଟେ ମହୀୟାନ
ଗୋଜାତି ତ ଗୋସମ୍ପଦ ।