ଗୋମାତା
ଗୋମାତା
1 min
575
ବସୁମାତା ଆଉ ଗର୍ଭଧାରଣୀ ମା
ଗୋମାତା ଓ ଠାକୁରାଣୀ
ଏ ଚାରି ମାତାଙ୍କ ସନ୍ତାନ ଯେ ଆମେ
ସଂସାର ବିଧାନ ଭଣି ।
ସମାଜ ହିତରେ ଏଧରା ପୃଷ୍ଟରେ
ଅଟଇ ଗୋମାତା ଜନ୍ମ
ପଞ୍ଚାମୃତ ପାଇଁ ଦିଅଇ ଆମକୁ
ସ୍ବଅରଜନର ଧନ ।
କ୍ଷୀର ଦହି ମାନ କରଇ ସେ ଦାନ
ତାସହ ଗୋମୟ ଗୋମୁତ୍ର
ଗୋମୟରେ ପୁଣି ଲିପା ହେବା ସ୍ଥାନ
ଅଟେ ଗଙ୍ଗାଠୁ ପବିତ୍ର ।
