STORYMIRROR

Dr Rashmita Panigrahi

Others Children

3  

Dr Rashmita Panigrahi

Others Children

ଗୋମାତା

ଗୋମାତା

1 min
228

ଗୋମାତା 

   ଯୁଗେ ଯୁଗେ 

   ତୁମେ ମାତା 

   ତ୍ରିଭୁବନେ ପୂଜିତା, 

   ସମସ୍ତ ଶାସ୍ତ୍ରରେ 

    ସଂସାରର କୋଣ 

    ଅନୁକୋଣରେ ତୁମେ ଚିର ବନ୍ଦିତା, 

ତୁମରି ସେବାରେ 

ସ୍ୱୟଂ ପରଂବ୍ରହ୍ମ 

ଶ୍ରୀକୃଷ୍ଣ ରୂପରେ 

କରିଛନ୍ତି କେତେ ଲୀଳାଖେଳା, 

କେବେ ଲବଣି ଚୋରାଇ 

କେବେ ତୁମକୁ ଚରlଇ 

ପୁଣି ରାଧାରାଣୀ ସଙ୍ଗେ 

କରି ପ୍ରେମଲୀଳା l

  ଅମୃତ ସମାନ ଯା'ର 

  କ୍ଷୀର ପାନ କରି 

  ଜଗତ ହୁଅଇ ତୃପ୍ତ, 

  ଗୋମୟ ଯେଉଁଠି 

  ଲକ୍ଷ୍ମୀ ଙ୍କ ସ୍ୱରୂପ 

  ଗୋମୁତ୍ରେ ଜlହ୍ନଵୀ ସ୍ରୋତ, 

ହର ବ୍ରହ୍ମା ହରି 

ଲଲାଟ, ଶିର ଓ ଜଙ୍ଘରେ      

 ତୁମରି ରହି ଛନ୍ତି ଦିବାନିଶି, 

ଦୁର୍ଗା ସରସ୍ବତୀ ଲକ୍ଷ୍ମୀ 

ସିଙ୍ଗ ଦ୍ବୟ ମଧ୍ୟେ, ଜିଭ ଓ ନାକରେ 

ରହି ଆଶିଷ ଦିଅନ୍ତି ବରଷି l

  ପବନ ଦାନ୍ତ ରେ 

  ବରୁଣ ଯେ କଣ୍ଠେ  

  ହୃଦୟେ ରହନ୍ତି ଅଗ୍ନି, 

  ପୃଥିବୀ ଉଦରେ 

   ମୁଖେ ସର୍ବତୀର୍ଥ 

   ଅଶ୍ୱିନୀ କୁମାର କର୍ଣରେ ପୁଣି l

ସୂର୍ଯ୍ୟ ଚନ୍ଦ୍ର ଦ୍ବୟ 

ଚକ୍ଷୁ ତୁମର 

ଲାଞ୍ଜ ରେ ପିତୃ ପୁରୁଷ, 

ଚାରି ଚିର ତଵ 

ଚାରି ଯେ ସାଗର 

ଲୋମକୂପେ ଋଷିଗଣ !

   ତୁମ ହମ୍ବା ରଡି 

   ଚତୁର୍ବେଦ ଶାସ୍ତ୍ର

   ଅପୂର୍ଵ ତୁମରି ମହିମା, 

   ତେତ୍ରିଶ କୋଟି ଦେବଦେବୀ 

   ତୁମ ଦେହେ ରହି 

  ଗାଆନ୍ତି ତୁମରି ଗାରିମା l


Rate this content
Log in