STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଗୋମାତା

ଗୋମାତା

1 min
214

ଏ ଭାରତ ଭଳି ପବିତ୍ର ମାଟିରେ

ଗୋମାତା ଠାରୁ ଭଲ ଜୀବ

କିଏ ଆଉ ଅଛି ବେଦ ବ୍ରହ୍ମାଣ୍ତରେ

ତଥାପି ଏ ମଣିଷ ସତେ କେତେ

ବୋକା ଆଉ ଗଧ ଭଳି ମୂର୍ଖଟିଏ ।


କୁକୁରକୁ ଆଣି ଘରେ ରଖନ୍ତି

ତାକୁ ଗାଧୁଆ ଖୁଆ ପିଆ କରି

ହାତରେ ଦଉଡିଟିଏ ବାଡିଟିଏ ଧରି

ୱାକିଙ୍ଗ କରିବା ଠାରୁ ରାତ୍ରି ଶୋଇବା ଯାଏଁ

ଧରି ଧରି ସାଙ୍ଗରେ ବୁଲନ୍ତି

କ୍ଷୀର ମାଉଁସରେ ପେଟୁ କରିଦିଅନ୍ତି


ହେଲେ ଆମ ଗୋମାତା ଭଳି

 ସୁନ୍ଦରଜୀବଙ୍କୁ ସାଙ୍ଗରେ ରଖିବାକୁ

ଲାଜରେ ସବୁ ମରିଯାନ୍ତି ॥


କ୍ଷୀର,ଦହି,ଛେନା ମିଠା ସବୁ ପାଉଛେ

ଗୋମାତା ଠାରୁ କେବଳ

ହେଲେ ତା ସେବା ପାଇଁ ନିଜକୁ

ଅପମାନ ବୋଧ କରାଉଛେ

ପେଜ ପାଣି ବି ଦେଉନାହେଁ॥


ସେବା କରିବା ଯଦି ଗୋମାତାର

ସେବା ପାଇବା ଆମେ ସଭିଙ୍କର

ସର୍ବ ଦେବାଦେବୀ ବିଜେ ଯଦି

ଗୋମାତାର ଶରୀରରେ

ତା ପୂଜା ସେବା କରିବାକୁ

ପଛଘୁଞ୍ଚା କିଆଁ ହେବା କୁହରେ

ଆସ ତା ସେବାକରି

ସର୍ବତୀର୍ଥ ବୁଲିବା

ମହାନନ୍ଦ ପାଈବା 

ମହାପୂଣ୍ୟ କରି

ଏ ମଣିଷ ଜନ୍ମ ନେବା

ଚକ୍ର ଘେରରେ ବୁଲି

ନିଜକୁ ମହାନତାର

ପରିଚୟଟି ଦେବା ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍