STORYMIRROR

srikant behera

Others

3  

srikant behera

Others

ଗୋମାତା

ଗୋମାତା

1 min
160

ଗୋମାତା ସୁରକ୍ଷା କରୁଥିବ ସଦା 

    ପାଇବ ସରଗ ସୁଖ 

ତାଙ୍କରି ଦେହରେ ଦେଖୁଥିବୁ ସଖି 

    ଦେବା-ଦେବୀଙ୍କର ମୁଖ |୧|


ତାଙ୍କରି କ୍ଷୀରକୁ ଶିବଙ୍କ ମଥାରେ 

    ଢଳାଯାଏ ସୋମବାର 

ଗୋବରେ ଲିପିବୁ ଅଗଣା ଦୁଆର

    ପାପ ହଟି ଯିବ ତୋର |୨|


ଛେନା, ଦହି, ଘିଅ, ନଡ଼ିଆ ପକେଇ 

    ଭୋଗ କରିଦେବୁ ସଖି 

ଗାଈ ଆଖି ଦେଖି ଭାବୁଥିବୁ ତୁହି 

   ଦେଖୁଚୁ ସେ ଚକା ଆଖି |୩|


ଦୁଆର ମୁହଁରେ ଗୋମାତା ରହିଲେ 

     ଦୁଃଖ କଷ୍ଟ ଆସିବନି 

ସେନେହ ଶରଧା ଦେଉଥିଲେ ତାକୁ 

    ଛାଡି ସେ କେବେ ଯିବନି |୪|



Rate this content
Log in