STORYMIRROR

Bunee Tripathy

Others

3  

Bunee Tripathy

Others

ଗୋମାତା

ଗୋମାତା

1 min
190

ଆମେ ହିନ୍ଦୁ, ଧର୍ମ ଆମ ସନାତନ

      ପଶୁପକ୍ଷୀ ଦେବତା ସମାନ।


ଗାଈ ଅଟେ, ଆମ ପାଇଁ ଲକ୍ଷ୍ମୀଙ୍କ ସମାନ

         ତାଙ୍କ ବନ୍ଦନା କରିବା ଆମ ଧରମ।


ଯେଉଁ ଘରେ ଗାଈଙ୍କର ଥାଏ ଅବସ୍ଥାନ

         ଆମ ପାଇଁ ଅଟେ ଲକ୍ଷ୍ମୀ ବାସସ୍ଥାନ।


ଗାଈର ସିଂଘ ମୂଳେ ବ୍ରହ୍ମା ଆଉ ବିଷ୍ଣୁ

        ମଧ୍ୟରେ ଶିବ ଓ ସବୁ ତୀର୍ଥମାନ।


ଲଲାଟ ପଟରେ ତାର ଉଭା ଯେ ଗୌରୀ

        ନାସା ଅଗ୍ରେ କାର୍ତ୍ତିକ କରେ ଅବସ୍ଥାନ।


ଦ୍ୱାପରରେ କୃଷ୍ଣ ଚରାନ୍ତି ଗୋଧନ

        କାମଧେନୁ ବଶିଷ୍ଠଙ୍କ ଅଟେ ଶ୍ରେଷ୍ଠଧନ।


ଗୋବରରେ ଲିପାପୋଛା କଲେ ଘର

           ହୁଏ ସୂଚିବନ୍ତ ନିର୍ମଳ ସମାନ।


ଗୋରସକୁ କରେ ଯିଏ ପାନ

          ମା କ୍ଷୀର ସମ ହୁଏ ବିଦ୍ୟମାନ।


ସର୍ବଗୁଣେ ପରିପୂର୍ଣ୍ଣା ଅଟେ ଆମ ଗୋଧନ

         ତା ଗୁଣକୁ କିଏ ଅବା କରିବ ବର୍ଣ୍ଣନା।


ଯୁଗେଯୁଗେ ସିଏ ଆମ ଅଟଇ ନମସ୍ୟ

         ତାର ସୁରକ୍ଷା ଆମେ କରିବା ଅବଶ୍ୟ


ଗଙ୍ଗା ଆଉ ଗୋମାତା ଅଟନ୍ତି ପବିତ୍ର

          ନମସ୍ୟ ଅଟନ୍ତି ସଦା ସର୍ବତ୍ର।

   


Rate this content
Log in