STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଗୋଲକ ଗୋସାଇଁ (୨)

ଗୋଲକ ଗୋସାଇଁ (୨)

1 min
7.1K


ଗୋଲକ ଗୋସାଇଁ ହେ ଗୋଲକ ସାଇଁ

ଦେଉଛି ମୁଁ ଯାହା ମୋର ଖୁସି ପାଇଁ

ନେଉ ନାହଁ କାହିଁ ପାଇଁ

ମୋ ବେଳକୁ କିବା ଅନ୍ୟଥା ହୋଇଲା

ନିକଟ ମୁଁ ହେଉ ନାହିଁ।

ଗୋଲକ ଗୋସାଇଁ ହେ ଗୋଲକ ସାଇଁ...

ଦାସିଆ ହାତରୁ ନେଇ ତୁ ପାରିଲୁ

ମୋ ହାତ କି ପାରୁନାହିଁ

କି ପାପ କରିଲି ଜାଣି ପାରୁନାହିଁ

ତୋର ଚିନ୍ତା ନିତି ଧ୍ୟାୟୀ

ଗୋଲକ ଗୋସାଇଁ ହେ ଗୋଲକ ସାଇଁ...

ମୁଁ ଯାହା କରୁଛି ମୋର କର୍ମ ବୋଲି

କରାଉଛୁ ସିନା ତୁହି

ତୁ କହ ହେବକି ତୋର ବିନା କିଏ

ଅନ୍ୟ ଗତି ପାଉଥାଇ।

ଗୋଲକ ଗୋସାଇଁ ହେ ଗୋଲକ ସାଇଁ...

ମୋ କର୍ମ ତୋ ସେବା ହେଉ ମୋର ଗତି

ଶରଣରେ ତୋର ଯାଇ

ନିତି ଧ୍ୟାୟୁଥିବି ତୁଣ୍ଡେ ନାମ ଧରି

ନଶୁଣିଲେ ପଛେ ନାହିଁ

ଗୋଲକ ଗୋସାଇଁ ହେ ଗୋଲକ ସାଇଁ ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍