STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଗୋଲକ ଗୋସାଇଁ (1)

ଗୋଲକ ଗୋସାଇଁ (1)

1 min
7.5K


ଗୋଲକ ଗୋସାଇଁ ହେ ଗୋଲକ ସାଇଁ

ମୋସୁଖ କାହିଁକି ନାହିଁ

ମୋବେଳକୁ ସବୁ ସରିଗଲା କିବା

ସୁଖ ଟିକେ ଦେଲ ନାହିଁ

ହେ ଗୋଲକ ସାଇଁ ହେ ଗୋଲକ ସାଇଁ


ପ୍ରଭୁ ହେ ତୁ ଯଦି ସବୁଠାରେ ଥାଇ

କହ କହିବି ବା କାହିଁ

ଶ୍ରବଣକି ହେଉ ନାହିଁ

ଗୋଲକ ଗୋସାଇଁ ହେ ଗୋଲକ ସାଇଁ


ମୁଁ ଯାହା ଭାବୁଛି ମନେ ମନେ ପ୍ରଭୁ

କାହିଁକି ଅଜଣା ହୋଇ

ଆଶା ମୋର ଯାଏ ବୋହି

ଗୋଲକ ଗୋସାଇଁ ହେ ଗୋଲକ ସାଇଁ


ତୁ କଣ ଜାଣିନୁ ତୋ ପାଇଁ ପ୍ରଭୁ ହେ

ଦିନ ରାତି ଭଜୁଥାଇ

ମୋ ହୃଦ ହେଉଛି ବାଇ

ଗୋଲକ ଗୋସାଇଁ ହେ ଗୋଲକ ସାଇଁ


ନିଃସ୍ଵ ହେଲି ବୋଲି ହେଲି ନିଃସହାୟ

ମୋର ସାହା କେହି ନାହିଁ

ତୁ କାହିଁ ଦେଉନୁ ଆଶା ଟିକେ ମୋତେ

ନିରାଶା ମୋ ଯାଏ ବୋହି

ଗୋଲକ ଗୋସାଇଁ ହେ ଗୋଲକ ସାଇଁ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍