STORYMIRROR

Bauribandhu Lenka

Others

4.8  

Bauribandhu Lenka

Others

ଗୋଲାପି ବସନ୍ତ

ଗୋଲାପି ବସନ୍ତ

1 min
2.6K


ଗୋଲାପି ବସନ୍ତ =========

ତୁମେ ଶୋଇଲେ ଅମା ଅନ୍ଧାର ଘୋଟେ

ତୁମେ ଚେଇଁଲେ ସକାଳ ସୁନ୍ଦରା ଫାଟେ||

ତୁମେ ହସିଲେ ଜହ୍ନ ଲାଜେଇ ଯାଏ

ତୁମେ କାନ୍ଦିଲେ ଶ୍ରାବଣ ବରଷି ଥାଏ॥

ତୁମ ରୁଷିଲା ଚାହାଣି କାହାଣୀ କହେ

ତୁମେ ଛୁଇଁ ଦେଲେ ମନ୍ଦ ମଳୟ ବହେ॥

ତୁମେ ଏକ ଅଭୁଲା ଅତୀତ

ତୁମେ ମୋର ପ୍ରୀତି ଫଗୁଣରେ ଥିଲ

ଏକ ଗୋଲାପି ବସନ୍ତ॥

********

ବାଉରିବନ୍ଧୁ ଲେଙ୍କା ଦୁର୍ଗାମାଧବ ନଗର, ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍