STORYMIRROR

#all in one adii

Others

3  

#all in one adii

Others

ଗୋଲାପ

ଗୋଲାପ

1 min
180

ଫୁଲ ରାଣୀ ତୁ ରେ ଗୋଲାପ 

ପ୍ରିୟ ସମସ୍ତଙ୍କର ।

ଜନ ମନ ରସି ଯାଏ ତ 

ଦେଖି ରୂପ ତୋହର ।

କିଏ ପ୍ରେମିକାକୁ କେ ଅବା 

ଧର୍ମପତ୍ନୀକୁ ଦେଇ ।

ମନ କିଣି ବଶ କରିବା 

ପରା ସାଧ୍ୟ ଅଟଇ ।

ଅତି ଭକ୍ତି ସ୍ନେହ ମନରେ 

କିଏ କିଏ ଠାକୁରେ ।

କେବା ନିଜ ଶିରେ ମଣ୍ଡଇ

କିଏ ପିନ୍ଧା ବାସରେ ।

ରସ ବାସ ତୋର ଗୋଲାପ 

ଅଟେ କି ମନୋହର।

ଭ୍ରମନ୍ତି ଭ୍ରମରେ ଭ୍ରମର

ହୋଇ ଅତି ଆତୁର ।

ସବୁ ସ୍ଥାନେ ସବୁ ପାର୍ବଣେ 

ତୁମେ ବଢାଅ ଶୋଭା ।

ତୁମରି ସୁଷମା ଅପୂର୍ବ 

କବି ବର୍ଣ୍ଣେଇ ଆଭା ।

ମହମହ ବାସ ଯେମିତି 

ରୂପ ତା ତହୁଁ ବଳି ।

କି ନଳ କି ହେଉ ବା ଅଳି 

ପ୍ରେମେ ତୋହରି ପଡ଼ି ।

କଣ୍ଟକମୟ ତୋ ସର୍ବାଙ୍ଗ 

ଶ୍ୟାମ ସବୁଜ କାନ୍ତି ।

ଦୁଃଖ ନ ଥିଲେ ତ ଜୀବନେ 

ସୁଖ ତିକ୍ତ ଲାଗନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ