STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଗୋଲାପ

ଗୋଲାପ

1 min
237


ଫୁଲ ରାଣୀ ତୁ ଗୋଲାପ କଳି ‌ଲୋ ଆହା କି ମନୋହର

ରୂପ ମାଧୁରୀ ଫୁଲ ସୁନ୍ଦରୀ ଅପରୂପ ରୂପ ତୋର

ଭୁରୁ ଭୁରୁ ତୋ ମଧୁ ମହକ ହରଣ କରଇ ଚିତ୍ତ

ୟେ ମଖମଲୀ ନାଲି ଅପାଶୋରା ରଙ୍ଗେ ତନୁ ଶୋଭିତ ।।


କୁଞ୍ଚି କୁଞ୍ଚ କା ସବୁଜ ପତ୍ର ଗହଳେ ସାଧବ ବୋହୂ

ରଙ୍ଗେ ରଙ୍ଗେଇ ଗଢିଲା ବିହି ସବୁରି ମନକୁ ମୋହୁ

ଶାଖା କଣ୍ଟକ ବୃନ୍ତ ମୂକୁଳେ ଫୁଟି ଦିଶୁ ମନୋହର

ହସି ହସାଉ ଗୀତ ତ ଗାଉ ଗୁଞ୍ଜନେ ଭ୍ରମର ସ୍ଵର ।।


ପ୍ରେମ ପ୍ରତୀକ ରକ୍ତ ଗୋଲାପ ସଂପର୍କ କରେ ମଧୁର 

ପ୍ରଥମ ଉପହାର ଗୋଲାପ(ୟେ) ପ୍ରେମ ପ୍ରଣୟର ଫୁଲ

ଅମୂଲ ମୂଲ(ୟେ) ଗୋଲାପ ଫୁଲ ଶ୍ରେୟତା ତୋର ସୁନ୍ଦର

ନାହିଁ ଉପମା କି ଉପମେୟ ନାହିଁ ୟାର ପଟାନ୍ତର ।। 


ତୁ ସୁକୁମାରୀ ଗୋଲାପ କଳି ତୋର ରୂପ ରଙ୍ଗ ରେଖ

ପ୍ରକୃତି କୋଳେ ମନ ବଦଳେ ଦେଖି ତୋର ଅପରୂପ

ନେଇଛୁ ଶ୍ରେଷ୍ଠ ଆସନେ ଫୁଲ ଫୁଲରାଣୀ ତୁ ଗୋଲାପ

ଗୋପନେ କେତେ ମନରେ ରଚୁ ପ୍ରେମର ପ୍ରୀତି ଫୁଲ ।।


କଅଁଳ ଦେହେ ଗୋଲାପି ରଙ୍ଗ ମନ କରଇ ଉତ୍ତଳା

ପୀରତି ଜାଲେ ଦେଇଛୁ ବାନ୍ଧି ନପଡେ ଆଖି ପିଛୁଳା

ତୋ ରୂପ ଦେଖି ମନରେ ଜାଗେ ଈଶ୍ୱରୀୟ ଜାଗରଣ

ଗୋଲାପ ଫୁଲ ଅମୂଲ ମୂଲ ରଚୁ ନୈସର୍ଗିକ ପ୍ରେମ ।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍