ଗୋଲାପ
ଗୋଲାପ
ଗୁଲାଫୁଲ୍ ଭାବିକରି ଭଲ୍ ପାଇଥିଲି
କଣ୍ଟାଦେଲୁ ହାତେ ଧରେଇ,
ପଏସାଥିଲା ପିଲାବାଲାକେ ଦେଖି
ତାର୍'ନୁ ହେଇଗଲୁ ସେଣ୍ଟିଙ୍ଗ୍ ।
ମୁଲ୍'କି ହସୀ ମାରିକରି ତୋର୍
ଦେଇଥୁଲୁ ମତେ ଫସେଇ,
ମିଠା,ମିଠା କଥା କହିକରି କେତେ
ଦେଇଥିଲୁ ମତେ ରସେଇ ।
କୁଆ ନାଇଁ ହେଇପାରେ କୁଇଲି
ଭୁଲି ଯାଇଥିଲି ମୁଇଁ,
ସୁନ୍ଦିରୀ ଟୁକେଲ୍ କେନ୍ତା ଭଲ୍ ପାଏବା
ଭୋଲା,ଭାଲା ପିଲାକେ ତାହିଁ ।
କଳାକାହ୍ନୁ ଭାବୁଥିଲି ମନେ ମନେ
ଚେହେରା ଥାଇ ମୋର୍ କଳା,
ସୋର୍ ନାଇଁଥିଲା ଇଟା କଳିଯୁଗ୍ ଆଏ
ସବୁ ହେଇଗଲା ଝମେଲା ।
କଳା ଭମର୍'ଲେଖେ ତୁଇଲୋ ଥିଲୁ
ସବୁଫୁଲେ ଥିଲା ତୋର୍ ମନ୍,
ତତେ କେତେ ଭଲ୍ ପାଉଥିଲି ମୁଇଁ
ବରବାଦ୍ କରିଦେଲୁ ଜୀବନ୍ ।
ତୁଇଁ ଭି ଦିନେ ପସ୍'ତେଇ ହେବୁ ପ୍ରିୟା
ନିଜର୍ ଭୁଲ୍ ଯେଭେ ଜାନ'ବୁ,
ମୋର୍ ଠାନ୍'କେ ନର୍'ଦି କୁଦିକରି
କାନ୍ଦି,କାନ୍ଦି ଆଏବୁ ।
ହେତେବେଲେ ତତେ ଦେଖିଦେମି
ତୋର୍ ଠାନୁ ବଦଲା ନେମି,
ତୋର୍ ଗାଁ'କେ ମୋର୍ କନିଆଁକେ
ଗାଡିଥି ବସି ବୁଲେଇ ଆନ୍'ମି ।
