ଗୋଧନ ସୁରକ୍ଷା
ଗୋଧନ ସୁରକ୍ଷା


କାମଧେନୁ ପରି ସକଳ କାମନା
ପୂରଣ କରେ ସେ ମାତା
ତେତିଶ କୋଟିର ଦେବତାଙ୍କ ବାସ
ଯୋଗୁଁ ବୋଲାଏ ଗୋମାତା ।
ପୂଜାବ୍ରତ ଆଦି ଶୁଭ ଅବସରେ
ଗୋବରକୁ ପଡେ ଖୋଜା
ଗାଈ ଘିଅ ବିନା ଯଜ୍ଞ ବିବାହାଦି
ଅସମ୍ପୂର୍ଣ୍ଣ ସବୁ ପୂଜା ।
ଗୋମୟ ଜଳରେ ବିଶୋଧନ ହୁଏ
ଗାଈ ଦୁଧ ଦିଏ ବଳ
ମାଆ ପରି ସିଏ ପାଳିଥାଏ ପରା
କରିଣ ସୁସ୍ଥ ସବଳ ।
ଗୋବରକୁ ନେଇ ଖତ କରି ଚାଷୀ
କ୍ଷେତକୁ ଉଠିଆ କରେ
ଗରିବ ଲୋକର ଜାଳେଣୀ ତ ଘଷି
ନ ଥିଲେ ସେ ଭୋକେ ମରେ ।
କ୍ଷୀରରୁ ଲହୁଣୀ, ଦହି,ଛେନା,ଘିଅ
ତିଆରି କରୁଛୁ ନିତି
ନାନାଜାତି ମିଠା ଛେନାପୋଡ ଖାଇ
ଆତ୍ମା ହୋଇଥାଏ ତୃପ୍ତି ।
ଜୀବନ ସାରା ସେ ଦେଇଦେଇ ସବୁ
ମଲା ପରେ ପୁଣି ଦିଏ
ଶିଙ୍ଗରୁ ପାନିଆ ଚମଡାରୁ ଜୋତା
ହାଡରୁ ପିଡିଆ ହୁଏ ।
ଏତେ ସେବା ପାଇ ହେଉ ଅକୃତଜ୍ଞ
କଂସେଇ ହାତରେ ଟେକି
ପଶୁଠାରୁ ହୀନ ନରାଧମ ଆମେ
ହେଉ ପୁଣି ଅବିବେକୀ ।
ଗୋମାତାର ବିନା ଅନାଥ ହୋଇବା
ହେବା ପୁଣି ହନ୍ତସନ୍ତ ।
ଗୋଧନ ସୁରକ୍ଷା ଜୀବନର ରକ୍ଷା
ହେଉ ସମସ୍ତଙ୍କ ବ୍ରତ ।