STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଗଣତନ୍ତ୍ର

ଗଣତନ୍ତ୍ର

1 min
265


ଗଣତନ୍ତ୍ର ନାମେ ଭାରତ ଶାସନ

ଚାଲୁଛି ଆମ ଦେଶରେ

ଯେଉଁଠାର ଆହା ଜନଗଣ ମନ

ଜାତୀୟ ସଂଗୀତ ଝରେ।୧

ସତ୍ଯମେବ ଜୟ ଯାହାର ତୁଣ୍ଡରେ

ଅମୃତ ପରିକା ବହେ

ସେହି ଦେଶ ଆମ ଭାରତେ ରାଜତ୍ବ

ଲୋକଙ୍କ ହାତରେ ଶୋହେ।୨

ଜାତି ଧର୍ମ ବର୍ଣ୍ଣ ଉଚ୍ଚ ଆଉ ନୀଚ୍ଚ

ଭେଦଭାବ ଭୁଲିଯାଏ

ସମାନତା ଅଧୀକାର ସଭିଙ୍କର

ମଣିଷ ହାତରେ ଥାଏ।୩

ସ୍ବାଧୀନତା ଅଛି ତେଣୁ ସେ ସର୍ବତ୍ର

ବୁଲିବ ଯୁଆଡେ଼ ଯିଏ

ଯେଉଁ ଧର୍ମ ଯିଏ ଗ୍ରହଣ କରିବ

ମନା କରିବ ବା କିଏ?୪

ଶୋଷଣ କରିଲେ ଅପ୍ରାପ୍ତ ବୟସ୍କ

ଅଥବା ଶିଶୁକୁ କେହି

ସୁରକ୍ଷା ଦେବାକୁ ଏହି ଗଣତନ୍ତ୍ର

ଯେମିତି ରହିଛି ଚାହିଁ।୫

ମନ୍ତ୍ରୀ ଏଠି ରାଜା ପାଞ୍ଚ ବର୍ଷ ପାଇଁ

ଶାସନ କରିବା ପାଇଁ

ଶିଖିତ ହେଉ କି ଅଶିକ୍ଷିତ ଏଠି

ଲୋକମତ ପାଇଥାଇ।୬

ଯାହାକୁ ଚାହିଁବେ ସିଂହାସନେ ତାକୁ

ବସାଇବେ ଆନନ୍ଦରେ

ନୀଚ୍ଚତା ଭାବିଲେ ଓହ୍ଲାଇବେ ତାକୁ

ଯଦି ହୃଦୁ ନିଆଁ ଝରେ।୭

ଆମ ଗଣତନ୍ତ୍ରେ ଯେତେକ ଶାସକ

କାହିଁକି ବା ରୋକୁ ନାହିଁ

ଦରଦାମ ସବୁ ବଢି଼ବା ହେଉଛି

ଏହାକୁ ନଜର କାହିଁ?୮

ଶୃଙ୍ଖଳିତ ଯାହା ଗଣତନ୍ତ୍ର ଠାରେ

ନୀତି ଏଠି ଲିପିବଦ୍ଧ

କାହିଁକି କେଜାଣି ଦିକୁମାନେ ନିତି

କରି ଚାଲିଛନ୍ତି ବଧ।୯

ଭଗନାନ ପରି ମାନନ୍ତି ସଭିଏଁ

ଶାସକଗଣଙ୍କୁ ସବୁ

ସତ୍ଯ ପଥେ ଯାଇ ନିଜର ପ୍ରଜାଙ୍କୁ

କରିବା ହୁଅନ୍ତୁ କାବୁ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍