STORYMIRROR

Sambit Srikumar

Others

4  

Sambit Srikumar

Others

ଗଣତନ୍ତ୍ର ଗଣିତ

ଗଣତନ୍ତ୍ର ଗଣିତ

1 min
296


ଗଣତନ୍ତ୍ର ଜନତାର ସ୍ବାୟତ୍ତ

ଶାସନ ଭିତ୍ତିକ ବିଧି ବ୍ଯବସ୍ଥା

ନା କେବଳ ସଂଖ୍ଯାର ଗଣିତ

ଗରିଷ୍ଠତାର କୁହୁକ ବିଦ୍ଯା?

ଗଣତନ୍ତ୍ର ଗାଣିତିକ ସାପ ଶିଡ଼ି ଖେଳ

ବହୁମତର ବାହୁବଳି ବିଧାନରେ

ତିନି ତୁଣ୍ଡରେ ଅନାୟସରେ

ଛେଳି ପାଲଟିଯାଏ ଏଠି କୁକୁର

ବହୁମତ ଯାହାର ସିଏ ହୁଏ

ମୁଲକର ଏକାଙ୍ଗ ଚକ୍ରବର୍ତ୍ତୀ

ଏକଛତ୍ରବାଦୀ ଅଧୀଶ୍ଵର!

ଗଣତନ୍ତ୍ରରେ ସଂଖ୍ୟା ଗରିଷ୍ଠତା ହିଁ

ଶ୍ରେଷ୍ଠତାର ପରିଚାୟକ

ଗୁଣର ଗୁରୁତ୍ବ ଏଠି ଗୌଣ

ଉତ୍କର୍ଷତାର ନାହିଁ ସ୍ଥାନ

ଯେଣତେଣ ପ୍ରକାରେଣ

ସଂଖ୍ୟା ଯୋଗାଡ଼ି ଦେଲେ

ସାଜିବ ଯେ କେହି ବି

କ୍ଷମତା ମାଲ୍ୟର ମଧ୍ଯମଣି

ନିରଙ୍କୁଶ ନିଷ୍କଣ୍ଟକ କରିବ ଶାସନ!

ଏଇ ସଂଖ୍ଯାର ଗଣିତ

ଏବେ ଏବେ ବ୍ଯାପିଛି ସଂକ୍ରାମକ

ମହାମାରୀ ପରି ରାଜନୀତିରୁ

କଳା ସାହିତ୍ୟ ସଂସ୍କୃତି ଜଗତକୁ

ଉଚ୍ଚ ଗୁଣାତ୍ମକମାନ ରହିତ

ଅଥଚ ସଂଖ୍ୟାର ଖେଳରେ ଓସ୍ତାଦ

କତିପୟ ନୀଳବର୍ଣ୍ଣ ଶୃଗାଳ

ଆଜି ସାଜିଛନ୍ତି ବିଦୂଷକ

ତାହାଙ୍କ ହସ୍ତରେ ଭାଷା ସଂସ୍କୃତି ଐତିହ୍ୟ

ସୁରକ୍ଷାର ଗୁରୁଭାର ହୋଇଅଛି ନ୍ଯସ୍ତ !

ସଂଖ୍ୟାର ଗାଣିତିକ ଖେଳରେ

ସଦା ଗୁଣାତ୍ମକ ମାନ ହୁଏ ଭୂଲୁଣ୍ଠିତ

ଜନରବ କୋଳାହଳରେ ଯଥା

କୋକିଳର କୁହୁତାନ ହୁଏନାହିଁ କର୍ଣ୍ଣଗତ

ସଂଖ୍ୟାଗରିଷ୍ଠତାର ଗୁରୁଭାରେ

ଉତ୍କର୍ଷତା ଚିରଦିନ ରହିଯାଏ

ହୋଇ ଅବହେଳିତ ପୀଡିତ ନିଷ୍ପେଷିତ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍