STORYMIRROR

Surjyakanta Dash

Others

3  

Surjyakanta Dash

Others

ଗଣତନ୍ତ୍ର (5)

ଗଣତନ୍ତ୍ର (5)

1 min
26.8K


ଗଣତନ୍ତ୍ର (5)

ସକାଳର ଖରା ଭାରି ଶୁନ୍ ଶାନ୍ 
ତା ସାଂଗକୁ ଆହୁରି ନିଛାଟିଆ ଲାଗେ
ବିଛେଇହୋଇ ପଡିଥିବା
ଶୀତ ସକାଳର କୁଆସା
କେଜାଣି କୋଉଠି ଅଘଟଣ ଘଟିନିତ ?
ମିଛେଇ ମନର ଭାବନାରେ
ଜୁଡୁ ବୁଡୁ ହୃଦୟଟା
ଛାଟ ପଟ ହେଉଛି କାଂହିକି ?
ଶୁନ୍ୟ ସକାଳର ଛାତିଚିରି
ଯେମିତି ଭାସି ଆସୁଛି କାହାର
ଆର୍ତ ଚିତକାର୍ ...
ମତେ ରକ୍ଷାକର ...ମତେ ରକ୍ଷାକର
ମନିଷ ମାଂସ ଖିଆ କବଳରୁ ...
ନିରିହ ଝିଅ ଟିଏ
ଅବଳା ,ଦୁର୍ବଳା
ଦୁନିଆ ଦେଖିବା ଆଗରୁ
ଦେଖିବାକୁ ହୁଏ ଲଜ୍ଜାର ଦୁନିଆ
କେହିଜଣେ ଦୁର୍ବୁତ ଝାମ୍ପିନେଇଛି
ତାକୁ ତାର ଦୁନିଆରୁ ...
ଆଦିମ ପିପାସାକୁ ମେନ୍ଟାଇବାକୁ ଯାଇ
ଖିନ୍ ଭିନ୍ କରିଛି ଦେହ
କିଛି ଭାବିବା ଆଗରୁ
ଆବିଷ୍କୃତ ହୁଏ ହସ୍ପିଟାଲରେ
ଦେଖେ ବେଡର ଚାରିପାଖେ ଗ
ଣମାଧ୍ୟମ ପ୍ରତିନିଧି ,
ମହିଳା ସଂଗଠନ ପ୍ରତିନିଧି ,
ପୋଲିସ ,ଆଉ ଅନେକ୍ ଲୋକ
କଣ କହିବ ସିଏ ?
କାହାକୁ କହିବ ?
ପୋଲିସ ତାକୁ ପଚାରୁଛି
କିପରି କହିବ ସେ ଲଜ୍ଜାର କଥା
ଭାବୁ ଭାବୁ ମାଡିଆସେ ଘୋର୍ ଅନ୍ଧକାର୍
ଆଖି ଚାରିପାଖେ କାୟା ବିସ୍ତାର କରି ...
ମୁର୍ଛା ଯାଏ କ୍ଷଣିକରେ ...
ସେହି ମନିଷ ରୁପି ବ୍ୟାଘ୍ର ର
ନଖ ରାମ୍ପୁଡା ଠାରୁ
ଆହୁରି କଷ୍ଟ ,ଆହୁରି ଭୟାନକ
ପୋଲିସ ଆଉ ଅନ୍ୟ ମାନନ୍କ
ପ୍ରଶ୍ନର ଉତରଦେବା ...
ପାରେନୀ ସେ ନିଜକୁ ...
ଗୋଟିଏ ପ୍ରସ୍ପୁଟିତ କଳିକା
ଫଳରେ ପରିଣତ ହେବା ଆଗରୁ
ବୃନ୍ତଚ୍ୟୁତ ହୁଏ ..
ପ୍ରଶ୍ନଉଠେ ଏଠି ବାରମ୍ବାର
କାଂହିକୀ ହୁଏ ଏମିତି
ଏହି କି ଆମର ସଭ୍ୟତା ?
ଏହା କି ଆମର ଗଣତନ୍ତ୍ର ?
ଏହାଦ୍ବାରା କ୍ଷୁର୍ଣ ହୁଏନିକି
ଆମର ଗଣତନ୍ତ୍ରର ଭାବନା ...
 


Rate this content
Log in