STORYMIRROR

Surjyakanta Dash

Others

0.7  

Surjyakanta Dash

Others

ଗଣତନ୍ତ୍ର (4)

ଗଣତନ୍ତ୍ର (4)

1 min
40.3K


ଗଣତନ୍ତ୍ର (4)

ଭୋଦେଇ ଖରାରେ ମୁଂହ ମାଡି

ଶୋଇଥିବା ଆମ ଗାଁ ରାସ୍ତାରେ

କାଲେ କଳା ରଂଗର ଆସ୍ତରଣ ପଡିଯିବ

ଭୋଇ ସାହିକୁ ଯାଇଥିବା ରାସ୍ତାର

ହିନିମାନୀ ଅବସ୍ଥା

ଲଗାଣ ବର୍ଷା ର ପ୍ରଭାବରେ

ଉପରେ ପଡିଥିବା ଲୋକ ଦେଖାଣିଆ

ମାଟି ଆଉ ବାଲି

କେଉଁ କାଳୁ ଧୋଇଗଲାଣି

ରଂଗ ବଦଳେଇ ସାରିଲାଣି

ସେହି ରାସ୍ତାକୁ କଂକ୍ରିଟ୍

ହେବ ସରକାରୀ ଅନୁଦାନ ଆସିଛି

ଗ୍ରାମସଭାର ଆୟୋଜନ

ସରକାରୀ କଳର ନିର୍ଦେଶରେ

ସରପଂଚନ୍କ ଠାରୁ ଆରମ୍ଭ କରି ବିଡିଓ

ଆଉ କେତେ କେତେ କୁଜି ନେତା

ଗ୍ରାମର ପୁରୁଖା ଲୋକଂକ ଠାରୁ ଆରମ୍ଭ କରି

ଅନ୍ୟ ସ୍ତ୍ରୀ ଓ ପୁରୁଷ ମାନେ ଏକଜୁଟ୍

କିଛି କ୍ଷଣ ଅଲୋଚନା

ହୋ ହଲ୍ଲା

କିଛି ସ୍ବାର୍ଥ ନ୍ୟସ୍ତ ଗୋଷ୍ଠୀ ମାନନ୍କର

ସେମାନେ କରିବେ

ନ-ହେଲେ କଣ୍ତ୍ରାକ୍ଟର କରିବ

ଶେଷରେ ଉପାୟ ନାହିଁ

ଖଳ ଲୋକଂକ ପାଖରେ

ହାର ମାନିଛି ନ୍ୟାୟ

କଣ୍ତ୍ରାକ୍ଟର ମାଧ୍ୟମରେ

ତିଆରି ହେଲା ରାସ୍ତା

ଗୋଟିଏ ଫଗୁଣ ,ଗୋଟିଏ ବସନ୍ତ

ଯାଇଛି କି ନାହିଁ

ତଳ ଗୋଡି ଉପରେ ଆଁ କରିଛି

ଶୋଷ ଜୋରରେ ନା-କଣ

ମନିଷ ରକ୍ତ ଶୋଷିବାକୁ

ଅବା ଆମ ଗଣିତ କଷୁଥିବା

ଗଣତନ୍ତ୍ରକୁ ଉପହାସ କରିବାକୁ ....


Rate this content
Log in