STORYMIRROR

Madhabi Patel

Others

3  

Madhabi Patel

Others

ଗଣପତି

ଗଣପତି

1 min
13.6K



ବିଦ୍ୟାଦାତା ଗଣପତି ଗିରିଜାନନ୍ଦନ।

ଅଗ୍ରପୂଜ୍ୟ ଦେବୋଦେବ କରନ୍ତି ବନ୍ଦନ।

ମୂଷିକ ବାହନ ପଭୁ ଲଡୁ ପ୍ରିୟ ଭୋଗ।

ଅଜ୍ଞାନକୁ ହରୁ ପୁଣି ହରୁ ଦୁଃଖ ରୋଗ।

ଲମ୍ବୋଦର ଉଦର ତୋ ଗଜର ବଦନ।

ବକ୍ଷରେ ପଇତା ନାଉଁଁ ଦିଶଇ ଶୋଭନ।

ଦିବ୍ୟ ପାଟବସ୍ତ୍ର ନାଇଁ ଅପରୂପ ଶୋଭା।

ଲଲାଟପଟ ତିଳକ ଝଟକେ କ୍ଷଣପ୍ରଭା।

କମନୀୟ ବଦନ ତୋ ପ୍ରଫୁଲ୍ଲ ସୁନ୍ଦର।

ଶୁଶୁ ରୂପ ଆକର୍ଷଣ ଅତି ମନୋହର।

ଶିଶୁଗଣ ପ୍ରିୟ ତୁହି ଗଣେଶା ନାମରେ।

ପୂଜାର୍ଚନା ପାଉ ଭାଦ୍ର ଶୁକ୍ଲ ଚତୁର୍ଥୀରେ।

ଘରେ ଘରେ ବିଦ୍ୟାପିଠେ କରନ୍ତି ପୂଜନ।

ଅଜ୍ଞାନ ତିମିର ନାଶି କର ବିଦ୍ୟାଦାନ।


ମାଧବୀ ପଟେଲ।




Rate this content
Log in