ଗଣପର୍ବ ନୂଆଖାଇ
ଗଣପର୍ବ ନୂଆଖାଇ
ଭାଦ୍ରବ ମାସର ଶୁକ୍ଳ ପକ୍ଷ ଆଜି
ନୂଆଖାଇ ଭାବେ ଖ୍ୟାତ
ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର
ସର୍ବେ ଆଜି ଆନନ୍ଦିତ ।
ବାରମାସେ ତେର ପରବ ଉତ୍କଳେ
ପାଳିଥାନ୍ତି ଆନନ୍ଦରେ
ସ୍ନେହ ସରାଗର ନୂଆଖାଇ ପର୍ବ
ଭାଇଚାରା ଏକତାରେ ।
ଏକତା ମୈତ୍ରୀର ମହୋତ୍ସବ ପୁଣି
ଭାଇ ଚାରାର ପରବ
ଗ୍ରାମରୁ ସହର ସଭିଏଁ ପାଳନ୍ତି
ଭୂଲି ଜାତି ଭେଦ ଭାବ ।
ନୂଆ ନୂଆ ଧାନ ନୂଆ ନୂଆ ଜାମା
କ୍ଷୀରି ପିଠା ଭୋଗ କରି
ନବାନ୍ନ ବାଢିକି ଇଷ୍ଟଙ୍କର ଠାରେ
ଵଡଙ୍କୁ ଜୁହାର କରି ।
କ୍ଷୀରି ପୁରି ପିଠା ଭଳିଭଳି ଭୋଗ
ସମର୍ପିଣ ଇଷ୍ଟଦେବ
ନବାନ୍ନ ପ୍ରସାଦ ଏକତ୍ର ଖାଆନ୍ତି
ଭୂଲି ହିଂସାଦ୍ୱେଷ ଭାଵ ।
ଦେଶ ବିଦେଶରୁ ସଭିଏଁ ଫେରନ୍ତି
ଆସିଗଲେ ନୂଆଖାଇ
ଭାଇ ବନ୍ଧୁ ସହ ଆନନ୍ଦେ ନାଚନ୍ତି
ଡାଲ୍ ଖାଇ ଗୀତ ଗାଇ ।
ପର ଆପଣାର ଭୂଲି ଭେଦଭାବ
କୋଳାକୋଳି ହୋଇକରି
ନୂଆଖାଇ ପର୍ବ ପାଳନ କରନ୍ତି
ଇଷ୍ଟ ଦେବୀ ପୂଜା କରି ।
ବରଷକ ଥରେ ଆସେ ନୂଆଖାଇ
ଖୁସିର ପସରା ନେଇ
ହସଖୁସି ହୋଇ ପାଳନ୍ତି ସମସ୍ତେ
ହୋଇଣ ଭଉଣୀ ଭାଇ ।
ଓଡ଼ିଶା ମାଟିର କୃଷି ପର୍ବ ଏହି
ନୂଆଖାଇ ଗଣ ପର୍ବ
ଆମରି ସଂସ୍କାର ଆମରି ସଂସ୍କୃତି
ହେଉ ଆମ ପାଇଁ ଗର୍ବ ।
ସ୍ନେହଶ୍ରଦ୍ଧା ମୈତ୍ରୀ ପ୍ରେମର ପରବ
ଆସିଅଛି ନୂଆଖାଇ
ସଭିଙ୍କୁ ବାନ୍ଧିଛି ଗୋଟିଏ ରଜ୍ଜୁରେ
ଏକତାର ବାର୍ତ୍ତା ଦେଇ ।
ନୂତନ ଉତ୍ସାହ ନୂଆ ଉନ୍ମାଦନା
ନୂଆନୂଆ ଆଶାନେଇ
ବରଷକେ ଥରେ ପାଳନ୍ତି ସଭିଏଁ
ମାନ ଅଭିମାନ ଭୂଲି ।
ଭାଇ ଚାରାର ଏ ନିଆରା ପରବ
ଆସୁଥାଉ ପ୍ରତି ବର୍ଷ
ଦୁଃଖଚାଲିଯାଉ ଏ ସାରାସଂସାରୁ
ଭରିଦେଉ ମନେ ହର୍ଷ ।
