STORYMIRROR

Ajay kumar Behera

Others

3  

Ajay kumar Behera

Others

ଗଣିତ ଦିବସେ ମନେ ପଡ଼ ତୁମେ

ଗଣିତ ଦିବସେ ମନେ ପଡ଼ ତୁମେ

1 min
339


ଅଙ୍କାବଙ୍କା ରାସ୍ତାରେ

ସରଳରେଖା ଟାଣିବା

ଶିଖାଇଲ ତୁମେ

ଅବାସ୍ତବ ଭିତରେ

ବାସ୍ତବତା ଭରିଛି

ତୁମରି ନାମେ.....


ଜୀବନ ଜଟିଳ

ଅଙ୍କାବଙ୍କା ନଈଟିଏ

ହରଣ,ଗୁଣନ ସାଥେ

ମିଶାଣ, ଫେଡାଣ

ନିତି କୋଷା କୋଷି ହୁଏ....


ସରଳ ସାବଲୀଳ

କେତେ ଗଣିତ ଧାରା

ଦେଖାଇଲ ଶିଖାଇଲ

ଦେଇ କେତେ ଈଶାରା.......


ତୁମ ଇଙ୍ଗିତରେ ସତେ

ଜଟିଳ ଜୀବନର ଅଙ୍କ

ଶୁନ୍ୟରୁ ପ୍ରାରମ୍ଭି

ଅନତି ଦୂରେ ପରିବ୍ୟାପ୍ତ ହୁଏ

ବିନା କୁହାରେ ପୁଣି

ଅକୁହା କଥା ବୁଝି ହୁଏ.....


ଆଜି କାହିଁ ବେଶି ବେଶି

ମନେ ପଡ଼ ହେ ଗୁରୁ

ରାମାନୁଜନ

ତବ ଗାଣିତିକ ପାଣ୍ଡିତ୍ୟ

କରେ କେତେ ସମାଧାନ.....


ଗାଣିତିକ ଭାଷା

ସଙ୍କେତ ଅଳ୍ପରେ 

ବହୁତ କହେ

ବିନା ପ୍ରମାଣରେ

ଜଟିଳ କଥାକୁ

ସହଜରେ ସମାଧାନ କରେ.......


ତବ ଗଣିତ ଜ୍ଞାନ

ଦେଶେ ରଖିଗଲା ନାମ

ତୁମ ପାଇଁ ଆଜି 

ଗଣିତଜ୍ଞ ପାଏ ସମ୍ମାନ....


ପ୍ରତିବର୍ଷ ପରି

ଡିସେମ୍ବର ବାଇଶିରେ

ମନେ ପଡ଼ ଆହେ

ମହାନୁଭବ ମହାମାନବ

ତବ ଜନ୍ମଦିନ

ଜାତୀୟ ଗଣିତ ଦିବସ ନାମେ

ହୁଏ ସୁ ବିଦିତ.......


ଗଣିତଜ୍ଞ ପାଏ 

ଏଠି ଯେତେ ସମ୍ମାନ

ବଢିଥାଏ ପୁଣି

ତୁମରି ମାନ......


ଦେଖେଇ ନୂଆ ରାହା

ଦେଇ ଜ୍ୟାମିତିକ ଜ୍ଞାନ

ଶିଖାଇଲ ମାପଚୁପ

ସରଳ ଜୀବନ

ରଶ୍ମିରେଖା ହୋଇ

ବକ୍ରରେଖା ଠାରେ ହୁଏ ଇତି

ସ୍ଥୁଳ ଜଗତେ ଜ୍ୟାମିତିକ ଜ୍ଞାନ

ଶିଖି ନ ପାରିଲେ

କୁଟିଳ ସମାଜେ

ମିଳେ ନାହିଁ ମୁକତି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍