STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଗଣେଶ

ଗଣେଶ

1 min
226

ଗଣପତି ବାପ୍ପା ମୋରିଆ   

ଅଗଲେ ବରଷ ତୁ ଜଲଦି ଆ  

ମଳୁଖରୁ ଜାତ ଶ୍ରୀ ଗଣନାଥ 

ଥନ୍ତଲା ପେଟାଙ୍କ ଚାରିଟି ହାତ 

ମୂଷିକକୁ ଚଢ଼ି ପାଆନ୍ତି ପୂଜା 

ଆଜି ଦିନଟାରେ ବଢିଆ ମଜା   ll


ଗାଁ ଗଳି କନ୍ଦି ପୂଜାର ମେଢ଼ 

ସହର ସ୍କୁଲରେ ବହୁତ ଭିଡ଼ 

ପିଲାଏ ନିଅନ୍ତି ଭୋଗର ଥାଳ 

ଗୁନ୍ଥି ରଖିଥାନ୍ତି ମନ୍ଦାର ମାଳ   ll


ଭକ୍ତି ଭାବ କରି ପୂଜନ୍ତି ସର୍ବେ 

ହିନ୍ଦୁ ମୁସଲିମ୍ ମିଳିତ ଗର୍ବେ  

ଜାତିନିତି ନାହିଁ ଏହି ପର୍ବରେ 

ଇଣ୍ଡିଆନ୍ ବୋଲି ଭାଵ ଗର୍ବରେ  ll


ଆମେ ଏକ ଆମ ସଂସ୍କୃତି ଏକ 

ଆମେହିଁ ରଖିବୁ ଦେଶର ଟେକ 

କାଶ୍ମୀର ଠାରୁ କନ୍ୟାକୁମାରୀ 

ଅଖଣ୍ଡ ଭାରତ ଗର୍ବ ଆମରି   ll


ଆସ ଭାଇ ସବୁ ହୋଇବା ଏକ 

ବଦଳାଇ ଦେବା କପାଳ ଲେଖ  ll



Rate this content
Log in