STORYMIRROR

Chandrakanta Jena

Others

3  

Chandrakanta Jena

Others

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
321


ବିଘ୍ନ ବିନାୟକ ହେ ବିଦ୍ୟାଦାୟକ

  ଘେନ ଅର୍ଘ ମୋର ବାରେ

ବେଦ ମନ୍ତ୍ର ପାଠ ଜଣା ନାହିଁ ପ୍ରଭୁ

  ଭକ୍ତି ଆବାହନ କରେ   !!


ଅଜ୍ଞାନ ମୁଁ ପ୍ରଭୁ ଜାଣେ ନାହିଁ ନିତି

  ଜାଣେ ନାହିଁ ଉପଚାର

ହେ ବିଦ୍ୟାସାଗର ପ୍ରଭୂ ଲମ୍ବୋଦର

  ଦୋଷ ନ ଧରିବ ମୋର   !!


ତୋରଣ ବାନ୍ଧିଛି ଆଗମନେ ତୁମ୍ଭ

  ସଜାଇ ଆମ୍ବ ପତର

ମୁରୂଜ ପକାଇ ଆଙ୍କିଛି ମୁଁ ଝୋଟି

  ଥାପିବ ତୁମ୍ଭ ପୟର   !!


ଆସ୍ଥାନ ଗଢିଛି ଶୁକ୍ଳ ଲୁଗା ପାରି

 ଥାପି ଦେଇ ଯୋଡି କୁମ୍ଭ

ରକ୍ତ ଯବା ନେଇ ମାଳ ମୁଁ ଗୁନ୍ଥିଛି

  ଗଳା ବିମଣ୍ଡନେ ତୁମ୍ଭ    !!


ନେତ୍ର ଖୋଲି ଦେବି ପଞ୍ଚାମୃତ ଛିଞ୍ଚି

  ସ୍ନାନ କରି ଗଙ୍ଗା ଜଳେ

ସିନ୍ଦୂରର ଟୀକା ମଥାରେ ଲଗାଇ

  ଧ୍ୟାନ ଯିବି ପାଦ ତଳେ   !!


ଧୂପ, ଦିପ, ଝୁଣା ନୌବେଦ୍ୟ ଚନ୍ଦନେ

  ଗୋକୁଳ ସୁଗନ୍ଧ ଥାଳି

ଲଡୁ ଶ୍ରୀଫଳକୁ ସମର୍ପି ଦେବୀ ମୁଁ

  ନାମେ ଦେଇ ଶ୍ରଦ୍ଧାଞ୍ଜଳି  !!


ଆହେ ବକ୍ରତୁଣ୍ଡ ବିଘ୍ନ ବିନାଶକ

  ମାତା ପାର୍ବତୀଙ୍କ ସୂତ

ତୁମ୍ଭରି ଆଶିଷେ ଏ ପ୍ରାଣୀଜଗତେ

  ବିଘ୍ନ ପାଉ ସଦା ଲୋପ   !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍