STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
27.6K


ଭାଦ୍ରବ ଚତୁର୍ଥୀ ବାଢିଛି ପ୍ରକୃତି

ଜଗତ ଦେଖିବା ପାଇଁ

ବରଷା ଛାଡିଛି ବିଭବ ପୁରିଛି

ବିନାୟକ ବିଜେ ପାଇଁ


ଆହେ ଗଣନାଥ ପାର୍ବତୀ ପ୍ରସୂତ

ବିଘ୍ନ ବିନାଶକ ତୁହି

ସକଳ ପୂଜାର ତୁହି ଆଦ୍ୟଧର

ତୋବିନୁ ଆରମ୍ଭ ନାହିଁ


ସତ୍ୟ ସଦାଚାର ସ୍ଵଭାବେ ବିଚାର

ସମାହିତ ହେବା ପାଇଁ

ଦୀନ ଅକିଞ୍ଚନ ଜଣାଏ ପ୍ରଣାମ

ଧୂପ ଦୀପ ପୁଷ୍ପ ଦେଇ


ମନୁଷ୍ୟ ମସ୍ତିଷ୍କ ସବୁଠାରୁ ଶ୍ରେଷ୍ଠ

ଭରିବାକୁ ସଦଜ୍ଞାନ

ଦେଇଥାଉ ବୋଲି ଝରୁଥାଏ ସଦା

ଅମୃତ ଲେଖନୀ ମୁନ


ତୁମେ ଗଜାନନ ତୁମର ବାହନ

ମୂଷିକରେ ଥାଉ ମତି

ଗିରୀଶ ସନ୍ତକ ହେ ବିଘ୍ନ ନାଶକ

ବିଦ୍ୟା ବୁଦ୍ଧି ହେଉ ପ୍ରାପ୍ତି


ଆହେ ଲମ୍ବୋଦର ସର୍ବପୂଜା ଅର

ତୁମ ଠାରେ ଆବାହନ

ବୁଦ୍ଧି ଦେଉ ସିଦ୍ଧି ପ୍ରଯୁକ୍ତି ପ୍ରବୃଦ୍ଧି

ପ୍ରଗତି ହେଉ ପ୍ଳାବନ


ଭାରାକ୍ରାନ୍ତ କିବା ଭାରଦାଙ୍କ ପାଇଁ

ଭାବ କିବା ଯାଏ ପେଶୀ

ଆଶିର୍ବାଦ ଦିଅ ବିଦ୍ୟାବାନ ହୁଅ

ବିଦ୍ୟାଠାରେ ପରିତୋଷି


ଅବିଦ୍ୟା ବିଦ୍ୟାରେ ସବୁ ସହାୟକ

ବିଦ୍ୟା ପାଇଁ ଆସୁ ମୋହ

ପଢିବାଟା ଖାଲି ପରିଚୟ ପାଇଁ

ଜ୍ଞାନ ହେଉ ସଦା ଜ୍ଞେୟ


ଆମେ ତୋ ଯାଚକ ହେ ଜ୍ଞାନ ଦାୟକ

ଯାଚଞ୍ଚାରେ ମୋହ ଥାଉ

ତମସାରୁ ଜୀବ ଆଲୋକିତ ହେବ

ଅନ୍ଧାର ଦୁରିତ ହେଉ


ଏମହୀ ମଣ୍ଡଳେ ଜ୍ଞାନ ବୁଦ୍ଧି ବଳେ

ତୁମେ ଦେଇଥାଅ ସାହା

ତୁମେ ସଂହାରକ ସମୃଦ୍ଧି ଦାୟକ

ବୋଲି ସିନା ଦିଶେ ରାହା


ପ୍ରଶାନ୍ତ କୁମାର ହୋତା


Rate this content
Log in