ଗଣେଶ ବାବା
ଗଣେଶ ବାବା
ପ୍ରତି ଗାଁ ରେ ମେଢ଼ ବସୁଛି
ଗଣେଶ ବାବା ଆଜି
ଧରାପୃଷ୍ଠକୁ କିଣି ନେଇଛି l
ଏକଥା ମୁଁ କହୁନି?
ଆମ ଗାଁ ଟୋକା ମାତୁଛନ୍ତି
କହିବା ପାଇଁ?
ଗଣେଶ ପୂଜା
ଆଉ ସାତ ଦିନ ରହିଛି
ଆମ ଗାଁ ଟୋକାଙ୍କୁ
ସାତ ରାତି ଆଉ
ଗୋଟେ ରାତି ପରି ଲାଗୁଛି l
ରାତିଟା
ତାଙ୍କୁ ଦିନ ପରି ଲାଗୁଛି
ବାଉଁଶବତାରେ
ଚାଳିଆ ଖଣ୍ଡେ ତିଆରି କରୁଛି
ନନା ରଙ୍ଗର କପଡା ଦେଇ
ଆମ ଗଣେଶ ବାବାଙ୍କ ପାଇଁ l
କାରିଗରକୁ ବଜାରୁ ଆଣୁଛି କିଣି
ହଜାର ହଜାର ଟଙ୍କା ଦେଇ
ଗାଁ ମୁଣ୍ଡ ରେ ଛିଡା କରୁଛି ମେଢ଼
ପାଖ ଗାଁ କୁ ଦେଖେଇ କହୁଛି
ଦେଖ ଆସି ଆମ ମେଢ଼ l
ତୁମ ଗାଁ ଟୋକା
ଆମ ମେଢ଼ ପାଖେ
ହୋଇଯିବେ ବାଡ !
ମେଢ଼ ପାଇଁ
ଗାଁ ଗାଁ ଭିତରେ
ଟୋକାଏ ଦେଖାଉଛନ୍ତି କାଢ଼ l
ତଥାପି କହୁଛନ୍ତି
ଆମ ଗାଁ ମେଢ଼ ପାଇଁ
ତାଙ୍କ ଗାଁ ଟୋକା
ହଉଛନ୍ତି ରଡ ରଡ଼ l
କଥା ହଉଛନ୍ତି ଭସାଣିରେ
ଦେଖାଇ ଦେବା ଆମ ଗାଁ ଟୋକା କାଢ଼ l
ଗଣେଶ ପୂଜା
ଭାରି ରକମରେ
ଟୋକାଏ ପାଳିବେ କାଲି
ବିନା ମନ୍ତ୍ରରେ ହୋଇବ ପୂଜା
ଡିଜେ ଆଉ କାହାଳି
ଗାଁ କୁ କରିବ ତୋବା l
କେତେ ଯେ ଶବ୍ଦ ପ୍ରଦୂଷଣ ହବ
ତାହା ଜାଣନ୍ତି ଗଣପତି ବାବା
ମାସ ମାସ ଧରି
କାଲିଠୁ ବାଜିବ ଗାଁ ରେ ବାଜା l
ଭସାଣି ପାଇଁ
ରହିଲା ମୋର କବିତା ଅଧା
ଆଉ ଦୁଇ ପଦ ଗାଁ ର
ପରିସ୍ଥିତିକୁ ଦେଖି ଆଡେ କରିବି l
