STORYMIRROR

pratap nayak

Others

2  

pratap nayak

Others

ଗଂଗଶିଉଳି

ଗଂଗଶିଉଳି

1 min
13.7K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଅନୁଭବର ଚଊପାଢୀରେ ସଂଧ୍ୟା ଆସିଗଲେ

ଗଂଗଶିଉଳି ଲେସିହେଇଯାଏ ବୃନ୍ତରେ

ଯେପରି ଆକାଶରେ ତାରାରୁଲ

ଆଖିମିଟିକା ମାରନ୍ତି ରହି ଘନ ଅନ୍ଧକାରେ....


ବିଜନ ରାତିରେ ବିଚ୍ଛୁରିତ ହୁଏ ମହକ

ନାଲି ଡେମ୍ଫ ଧଳା ପାଖୁଡା

ନଦିଶିଲେବି ଉଦବେଳିତ କରନ୍ତି ପ୍ରାଣକୁ

ଭାବେ,ସକାଳେ ତୋଳିବି ଫୁଲ

ଲାଗି କରିବି ମୁଁ ନେଇ ଇଶ୍ୱର ଗଳାରେ....


ମନକଥା ମନେ ରହେ, ହେଇ ଅବଶୋଷ

ନିଇତି ଯାଏ ତା ପାସେ

ତାରାମାନେ ନାହାଁନ୍ତିତ ଡାଳେ

ଗର୍ବ ନାହିଁ ମନେ,ଲୋଟନ୍ତି ଭୁମିରେ

ହେଇ ଉନ୍ମାଦିତ ପ୍ରଭୁଙ୍କ ପ୍ରେମରେ.....


ସ୍ୱପ୍ନ ଦେଖେ ଗଂଗଲିଉଳିର ପ୍ରାଣ ସତ୍ତା

ଅତର ଭରା ତା ଯୌବନ

ବିଦଗ୍ଧ ମୁକୁଟ ସମ

ଶୋଭନ୍ତି ମସ୍ତକେ ଯାଇ

ଦିପ୍ତୀମନ୍ତ ସାକାଳର ବାର୍ତ୍ତା ନେଇ

ମୁରୁଜ ବୁଣା ଛାତିର ନିର୍ମଳ ଜତନକରା

ଅର୍ଦଳିର ଚମଡାର ଚଉକାଠ ପରେ

ସତେକି ଆଞ୍ଜୁଳାଏ ପଡିଛି ଭୂମିରେ

ଦଳି ମକଚି ହବାପାଇଁ ପ୍ରଭୁ ପାଦୁକାରେ......


Rate this content
Log in