ଗଳ୍ପ,କବିତା ଓ ପ୍ରବଦ୍ଧ
ଗଳ୍ପ,କବିତା ଓ ପ୍ରବଦ୍ଧ
1 min
133
ଗଳ୍ପ
କହିବାର ଢଙ୍ଗ
ଗୋଟେ ମାଇଚିଆ ପୁଅ
ଯିଏ ଭରପୂର ପୁରୁଷ ହୋଇ ବି
ନାରୀ ପରି ଚାଲି ଆଉ ଚଳଣି।
କବିତା
ଗୋଟେ ଗାଇବାର ଶୈଳୀ
ଗୋଟେ ଖାଣ୍ଟି ଝିଅଟେ
ଯିଏ ପ୍ରକୃତି ସ୍ବରୂପା
କଳକଳ ଆଉ ଛଳଛଳ।
ପ୍ରବନ୍ଧ
ଗୋଟେ ଶାନ୍ତ ସରଳ ତାଜା ପୁରୁଷ
ଯିଏ ଦୁଃଖ ଓ ଶୋକକୁ ଡରେନା
ବୀର ପରି ଠିଆ ହୁଏ ସଂସାର ହାଟରେ।
