ଗଳାମାଳି
ଗଳାମାଳି

1 min

5
ତୁମେ ଅର୍ପଣରେ
ତୁମେ ତର୍ପଣରେ
ତୁମେ ବି ମୋ ହାତ ପାପୁଲିରେ
ଏଇ ମୋ ଦେଶ
ସୁନାର ଭାରତବର୍ଷ
ସୁଷମାରାଜି ତାର ଜୀବନ୍ତ ସ୍ପର୍ଶ
ସେଇ ମାଟି ମାଆ
ସେଇ ଆମ ସାହା
ଉତ୍କଳ ଜନନୀ ବନ୍ଦନୀୟା ଆହା
ଆମ ମାଆ ମାଟି
ସାହା ଜଗନ୍ନାଥ ଏଠି
ଆମରି ରାଇଜ ବଡ ଯେ ସବୁଠି
ତର୍ପଣ ହେଉ ଜନନୀକୁ ମୋର
ଅର୍ପଣ ହସ୍ତେ ପୁଷ୍ପାଞ୍ଜଳି ଭାର
ତୁମେ ଏକା ପରା ଗଳାମାଳି
କିଏ କହେ ତୁମେ କାଇଁଚମାଳିଆ
କିଏ କହେ ତୁମେ ସୁନାଥାଳି ।