STORYMIRROR

Chinmayee Sahoo

Others

3  

Chinmayee Sahoo

Others

ଗଲି ମୁଁ ଶରଣ ତୋର

ଗଲି ମୁଁ ଶରଣ ତୋର

1 min
284

ଦେହଧାରିଣୀ ମୁଁ ଯେଣୁ ଏ ଜଗତେ

ନାନା ମାୟାରେ ଭ୍ରମିତ।

ସୁକର୍ମେ କୁକର୍ମେ ଜୀବନ ମୋ ବନ୍ଧା

ଜିଇଁବାକୁ ପଡଇ ତ।

ଝିଣ୍ଟିକା ମାରିକି ବଣି ପୋଷିବା

ପ୍ରାୟେକ ଏଇ ସଂସାର।

ବଂଶ ପରମ୍ପରା ଚକ୍ରରେ ଘୂରିତ

ନିୟମ ଏ ସଂସାରର।

ଦୃଢଚିତେ ତୋରେ ବିଶ୍ୱାସ ରହିଛି

ଜପି ଜପି ନାମ ତୋର।

କେବେ ତ ପଡିବ ଦୃଷ୍ଟି ମୋ ଉପରେ

ଭାବୁଥାଏ ନିରନ୍ତର।

ସବୁ ସ୍ୱପ୍ନ ଆଶା ଚୁଲିକି ଯାଉହେ

ମିଳିଯିବୁ ଯେବେ ତୁହି।

ଜନ୍ମଜନ୍ମାନ୍ତର ବନ୍ଧନରୁ ମୁକ୍ତ

ହୋଇଯିବ ପ୍ରାଣ ଏହି।

ଦର୍ଶନ ଦେ ଥରେ କୃପା ବହିଚିତେ

ଛାଡିବି ମୁଁ କଳେବର।

ଧିକ ଏ ଜୀବନ ଲୋଭ ମୋହାଚ୍ଛନ୍ନ

ଗଲି ମୁଁ ଶରଣ ତୋର।


Rate this content
Log in