STORYMIRROR

Dhaneswar Dash

Others

4  

Dhaneswar Dash

Others

ଗଜରା ଦେଇଛି ଗୁନ୍ଥି

ଗଜରା ଦେଇଛି ଗୁନ୍ଥି

1 min
146


ଗଜରା ଦେଇଛି ଗୁନ୍ଥି ଲୋ ବଉଳ

ଗଜରା ଦେଇଛି ଗୁନ୍ଥି,

ବିଭିନ୍ନ ଫୁଲରେ ସଜାଇଛି ହାର

ଝୁଲୁଅଛି ପେନ୍ଥି ପେନ୍ଥି ଲୋ ବଉଳ

ଝୁଲୁଅଛି ପେନ୍ଥି ପେନ୍ଥି।


ସୁନାବେଶ ପରେ ନିଳାଦ୍ରି ବିଜେ ଲୋ

ରତ୍ନ ସିଂହାସନେ ବସି,

ଭକ୍ତ ମାନଙ୍କର ମନ ମୋହୁଥିବେ 

ମୁରୁକି ମୁରୁକି ହସି ଲୋ ବଉଳ 

ମୁରୁକି ମୁରୁକି ହସି।


ପାର୍ବଣରେ ମୁଖ୍ଯ ରଥ ଯାତରା ଲୋ

ବଡ ଦାଣ୍ଡେ ଲାଗେ ଭିଡ଼,

ସାରା ଜଗତରେ ଚହଳ ପଡଇ 

ବୁଲି ପଡୁଥାଏ ଗୋଡ ଲୋ ବଉଳ 

ବୁଲି ପଡୁଥାଏ ଗୋଡ।


କେତେ ଚମକୁଛି କଳା ବଦନ ଲୋ

ମାଉସୀ ମା ଘରୁ ଆସି,

ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ

ଦେଉଥିଲା କେତେ ଖୁସି ଲୋ ବଉଳ

ଦେଉଥିଲା କେତେ ଖୁସି।


ଭକତଙ୍କ ଭିଡ ବଡ ଦେଉଳେ ଲୋ

ଲାଗିବ ଦର୍ଶନ ପାଇଁ,

ଗଜରାଟି ନେଇ ସମର୍ପି ଦେବି ମୁଁ

ଗଳାରେ ଦେବ ଲମ୍ବାଇ ଲୋ ବଉଳ

ଗଳାରେ ଦେବ ଲମ୍ବାଇ।

 

ରଙ୍କୁଣୀଧନ ମୋ ରଙ୍କପସରା ଲୋ

ଆଖି ପୂରାଇ ଦେଖିବି,

ଭାଗ୍ୟରେ ଥିଲେ ମୋ ଆର ବରଷକୁ

ପୁଣି ଗଜରା ଗୁନ୍ଥିବି ଲୋ ବଉଳ

ପୁଣି ଗଜରା ଗୁନ୍ଥିବି।


Rate this content
Log in