Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Others

3  

Suresh chandra Padhy

Others

ଗଜାନନ

ଗଜାନନ

1 min
127



ଆହେ ଗଜାନନ ବିଘ୍ନ ବିନାଶନ

କରିବି ପୂଜନ କରେ ନିବେଦନ ।

ତୁମେ କୃପା କଲେ ମିଳେ ବିଦ୍ୟାବୁଦ୍ଧି

ଜୀବନରେ ଆସେ ସକଳ ସିଦ୍ଧି

ଆହେ ଗଜକର୍ଣ୍ଣ ସିନ୍ଦୁର ବଦନ

କରିବି ପୂଜନ କରେ ନିବେଦନ ।

ପାଶ ଅଙ୍କୁଶ ଧରିଛ ଶ୍ରୀ ହସ୍ତରେ

ବସିଅଛ ତୁମେ ମୂଷିକ ଉପରେ

ମୂଷିକ ବାହନ ତୁମେ ଗଜ ବଦନ

କରିବି ପୂଜନ କରେ ନିବେଦନ ।

ତୁମକୁ ଡାକିଲେ ବିଘ୍ନ ଚାଲିଯାଏ

ବିପତ୍ତି ରୁ ଭକ୍ତ ମୁକ୍ତି ପାଇ ଯାଏ

ବିପଦନାଶନ ଆହେ ଜନାଦ୍ଦନ

କରିବି ପୂଜନ କରେ ନିବେଦନ ।

ଭାଦ୍ରବ ମାସରେ ତୁମ ପୂଜା ହୁଏ

ସବୁଠି ତୁମର ରୂପ ଶୋଭା ପାଏ

ଗଉରୀ ନନ୍ଦନ ଭକତ ଜୀବନ

କରିବି ପୂଜନ କରେ ନିବେଦନ ।

ମଙ୍ଗଳ ମୁରତି ଅଛ ସର୍ବ ବ୍ୟାପି

ଭକତ ଡାକୁଛି ନିଜକୁ ସମର୍ପି

କର ଆଗମନ ନାଚେ ତ୍ରିଭୁବନ

କରିବି ପୂଜନ କରେ ନିବେଦନ ।


Rate this content
Log in