ଗଜାନନ
ଗଜାନନ

1 min

261
ମାତାଙ୍କ ଆଜ୍ଞାକୁ ଶୀରୋଧାର୍ଯ୍ୟ କରି
ସହିଲ ପିତାଙ୍କ କ୍ରୋଧ,
ଗଜର ଆନନ କରିଲ ଗ୍ରହଣ
ଯେବେ ହେଲା ଶିରଚ୍ଛେଦ ।
ବ୍ୟାସଦେବ କୃତ ମହାଭାରତର
ଲେଖକ ସାଜିଲ ତୁମେ,
ଦାନ୍ତଟିଏ ଭାଙ୍ଗି ଲେଖନୀ କରିଲ,
ସମର୍ପିତ ହୋଇ ମନେ ।
କେଉଁ ଜ୍ଞାନରେ ମୁଁ ବର୍ଣ୍ଣନା କରିବି
ତୁମେ ତ ଜ୍ଞାନର ଉତ୍ସ,
ଯେତେ ବାଧାବିଘ୍ନ ବିପଦ ଆପଦ
ସବୁ ତୁମ ଆଗେ ତୁଚ୍ଛ ।
ରଖିଥାଅ ପ୍ରଭୁ ତୁମ କୃପା ଦୃଷ୍ଟି
ଦୂର ହେଉ ସବୁ ବିଘ୍ନ,
ଅଜ୍ଞାନ ଜୀବନ ପରିପୂର୍ଣ୍ଣ ହେବ
ପାଇ ତୁମ ବିଦ୍ୟାଧନ।