ଗଜ ଉଦ୍ଧାରଣ
ଗଜ ଉଦ୍ଧାରଣ
ଗଜ ଉଦ୍ଧାରଣ କଲ ନାରାୟଣ ଚକ୍ରେ ନକ୍ର ନାଶ କରି
ଘୋରଜଳେ ତାକୁ ଧରିଲା ମଗର ଦେବ ଅବା ତାକୁ ମାରି
ଆହା କି ବିକଳେ ଡାକେ କରୀ ହରି
ଭକତି ହୃଦୟେ ତୁମନାମ ଗାଇ ତୁଣ୍ଡେ ପଦ୍ମଫୁଲ ଧରି ।।
ତା ଆତୁର ଡାକ ଶୁଣି ପଦ୍ମମୁଖ ଚକ୍ରପେଶୀ ଦେଲ ତାରି
ଗଜ,ମଗର ର ପୂର୍ବ ଜନ୍ମ କଥା କହିବା ଏବେ ବିସ୍ତାରି
ଶୁଣ ହେ କୋବିଦେ ମନ,କର୍ଣ୍ଣ ଡେରି
ସତ୍ୟ ଯୁଗର ୟେ ଅପୂର୍ବ ଭାରତୀ ଲୀଳା କରେ ନରହରି ।।
ଦ୍ରାବିଡ଼ ର ଶ୍ରେଷ୍ଠ ପାଣ୍ଡ୍ୟା ଦେଶ ରାଜା ନାମ ତାଙ୍କ ଇନ୍ଦ୍ରଦ୍ୟୁମ୍ନ
ବିଷ୍ଣୂ ଭକ୍ତ ରାଜା ତେଜି ରାଜଶିରୀ ବନସ୍ତେ କଲେ ଗମନ
ମଳୟ ପର୍ବତେ କରିଣ ଆଶ୍ରମ
ମୌନ ବ୍ରତେ ରହି କଠୋର ତପସ୍ୟା କରନ୍ତି ବସି ରାଜନ ।।
ଦିନେ ସେହିପଥେ ଶିଷ୍ୟ ଙ୍କ ସହିତେ ଅଗସ୍ତ୍ୟ ମୁନି ଆଶ୍ରମ
ପହଞ୍ଚି ଦେଖିଲେ ରାଜା ଅବିଚଳେ କରୁଛନ୍ତି ଯୋଗଧ୍ୟାନ
ଅତିଥି ଙ୍କ ପ୍ରତି ନାହିଁ ତାଙ୍କ ଧ୍ୟାନ
କ୍ରୋଧେ ଜର୍ଜରିତ ମୁନି ଫେରିଯାନ୍ତି ପାଇ ଘୋର ଅପମାନ ।।
ଅସାଧୁ, ଦୁରାତ୍ମା,ମନ୍ଦବୁନ୍ଧି ରାଜା ଏହାର ତ କ୍ଷମା ନାହିଁ
ଅଭିଶାପ ଦେଲେ ଯେହ୍ନେ ହସ୍ତି ସମ ରାଜା ଜଡବୁଦ୍ଧି ହୋଇ
ଅତିଥି, ବ୍ରାହ୍ମଣ ସେବା କରୁନାହିଁ
ତେମନ୍ତେ ୟେ ଘୋର ଅନ୍ଧକାର ରୂପୀ ଜନ୍ମୁ ଗଜଯୋନି ନେଇ ।।
ରୁଷି ଅଭିଶାପେ ରାଜା ଗଜରୂପେ ଜନମ ଲଭିଲେ ଯାଇ
ବିଷ୍ଣୁ ଉପାସନା ପ୍ରାରବ୍ଧ ସାଧନା ବଳେ ପୂର୍ବସ୍ମୃତି ଥାଇ
କାନନେ ଆନନ୍ଦେ କରୀ ବିଚରଇ
ଦିବସ ରଜନି ହସ୍ତୀରୂପି ରାଜା ବିଷ୍ଣୁ ନାମ ଭଜୁ ଥାଇ ।।
ହୂ ହୂ ନାମ୍ନୀ ଏକଇ ଗନ୍ଧର୍ବ ଦେବଳ ରୁଷି ଙ୍କ ଶାପେ
ଜନମ ଲଭିଲା କୁମ୍ଭୀରଯୋନି ରେ ବାସ ତା’ର ଜଳ ମଧ୍ୟେଁ
କରୀ ଆଉ ନକ୍ର ଉଦ୍ଧାରିବା ଅର୍ଥେ
ଏ ଲୀଳା ରଚନା କରିଲେ ଠାକୁର କହିଲି ଯାହା ଯଥାର୍ଥେ ।।
ସେଦିନ ତୃଷାର୍ତ୍ତ ଗଜ ଜଳ ପାନେ ପ୍ରବେଶିଲା ଜଳ ଘାଟେ
ମଗର ତାପଦ ଧରି ଟାଣି ନିଏ ଘୋର ଜଳାଶୟ ମଧ୍ୟେଁ
ଗଜ ଡାକଦେଲା ପଦ୍ମଫୁଲ ତୁଣ୍ଡେ
ଉଦ୍ଧାର କରିଲ ରୁଷି ଅଭିଶାପୁ, ଲୀଳାମୟ ଲୀଳା ରଚେ ।।
