STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଗିରିଧାରୀ

ଗିରିଧାରୀ

1 min
131

ଗିରି ଗୋବର୍ଦ୍ଧନ ଟେକା ଠାକୁର

ଗୁହାରି ଘେନ ଗୋପାଳ କୁମର ।

ଗୋପାଙ୍ଗନା ହୃଦ ଚନ୍ଦନ ହରି

ଗହନ ବନ କାନନ ବିହାରୀ ।

ଗଉଡ଼ ମଉଡ଼ ମଣୀ ମାଧବ

ଗୋବିନ୍ଦ କର ମୋ ଦୁଃଖ ଲାଘବ ।

ଗାରଡ଼ି ଜାଣିଛୁ ଅବା କି ତୁହି

ଗଳିତ ଅଶ୍ରୁ ତୋ ରୂପ କୁ ଚାହିଁ ।

ଗଭିର ଜଳେ ଗଜ ରାଜ ତାରି

ଗତ ପ୍ରାଣ କଲ ନକ୍ର କୁ ହରି ।

ଗୁଣି ଜନ ମନ ଭକତି ରସେ

ଗାଏ ତୋର ଗାଥା ଅତି ଉଲ୍ଲାସେ ।

ଗଗନ ପବନ ଅନଳ ବାରି

ଗାଉ ଥାନ୍ତି ନିତି ନାମ ତୋହରି ।

ଗିରି ରାଜ ସୂତା ପରାଣ ପତି

ଗୋବିନ୍ଦ ଗୋବିନ୍ଦ ସ୍ମରନ୍ତି ନିତି ।

ଗୋକୁଳ ନାଥ ମୋ ଦୁରିତ ହର

ଗୌରାଙ୍ଗ ମନ ମୋହନ ଶ୍ରୀଧର ।

ଗାଉ ଗାଉ ତୋର ଗୀତ ଗୋବିନ୍ଦ

ଗାତ୍ର ରୁ ସତେ ମୋ ଜୀଵ କି ଯିବ ।


Rate this content
Log in