Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Others

3  

Dhaneswar Dash

Others

ଗୀତି ମାଧୁରୀ

ଗୀତି ମାଧୁରୀ

1 min
290


ଆକର୍ଷିତ କରେ ଚକାଆଖି ଦୁଇ

ମନରେ ଉଠେ ତରଙ୍ଗ 

ସେ ଆଖିରେ ଆଖି ମିଶିଗଲେ ଥରେ

ଶିଥିଳ ହୁଅଇ ଅଙ୍ଗ ।


ସେ କଳା ବଦନ ଦର୍ଶନ ମାତ୍ରକେ 

ତୁଟିଯାଏ ସବୁ ଭାନ୍ତି 

ମନର ବେଦନା ଅବ୍ଯକ୍ତ ଭାବରେ

ହୃଦୟେ ଯଗାଏ ପ୍ରୀତି ।


ଯେତେ ଥାଉ ପଛେ ବୃଥା ଅଭିମାନ

ପାଶୋରୀ ଯାଏଟି ମନୁ

ନୟନରୁ ବହେ ଅଶ୍ରୁଜଳ ବେଗେ

ନିର୍ବିକାର ହୁଏ ତନୁ ।


ଅଦଭୁତ ଭାବ ହୁଅଇ ଉଦ୍ଭବ

ହୃଦରେ ଶାନ୍ତି ବିରାଜେ

ମନର ଭାବନା ଦୂରୀଭୂତ ହୁଏ 

ସମର୍ପଣ ଭାବ ଯାଗେ ।


ଭରିଦିଅ ସେହି ଭାବନା ମନରେ

ନିର୍ବିକାର ହେଉ ମନ

ଆତ୍ମାର ମିଳନ କୃପାବଳେ ହେଉ

ଦେହୀରେ ହେଉ ବିଲୀନ ।


Rate this content
Log in