STORYMIRROR

BISWESWAR MAJHI

Children Stories

4  

BISWESWAR MAJHI

Children Stories

ଗୀତ ରେ ଗଣିତ

ଗୀତ ରେ ଗଣିତ

1 min
561


ଗଣିତରେ ଅଛି  ବହୁ ଜାଦୁଗରୀ

   ଜାଣିଛ କି କୁନା କୁନି

ଶୂନ ସଂଖ୍ୟା ଆମ ଶୂନ୍ୟରେ ଖେଳୁଛି 

   କେହି ଧରି ପାରିବନି ।

କିଛି ମୂଲ୍ୟ ନାହିଁ  ଶୂନର ମିଶାଣେ 

  ଫେଡାଣରେ ମୂଲ୍ୟ ହୀନ 

ଗୁଣନ ହରଣେ   ଭାଉ ବଢି ଯାଏ

  ସବୁ କରିଦିଏ ଶୂନ ।

ସଂଖ୍ୟାର ବାମରେ ମୂଲ୍ୟହୀନ ଶୂନ

  ଡାହାଣରେ ଦଶ ଗୁଣ

ଦଶମିକ ପରେ   ଡାହାଣରେ ଶୂନ

  ହୋଇଯାଏ ମୂଲ୍ୟହୀନ। 

ଦଶମିକ ପରେ  ବାମରେ ରଖିଲେ

  ଦଶ ଭାଗ ମୂଲ୍ୟ ହୁଏ

କେମିତିକା ସଂଖ୍ୟା  ବୁଝି ହୁଏନାହିଁ 

  ମୁଣ୍ଡ ଟିଣଟିଣ ହୁଏ ।

ବୈଜ୍ଞାନିକ ମାନେ  ପ୍ରମାଣ କଲେଣି

  ଶୂନ ନୁହେଁ ଶୂନ ମୂଲ୍ୟ 

ସଂଖ୍ୟା ଆରମ୍ଭରେ  ଥାଇ ଖେଳକରେ 

  ଧନ୍ୟରେ ଶୂନ୍ୟ ଅତୁଲ୍ୟ। 

ଏକ ଲାଗୁ ଥାଏ  ଯେତିକି ଛୋଟିଆ 

  ଭାରି ମୂଲ୍ୟବାନ ସିଏ

ଏକ ଏକ ମିଶି  ଦୁଇ ହୋଇଯାଏ

  ଏଗାର ବି ଦେଖାଯାଏ ।

ଏକର ବର୍ଗ  ଏକହିଁ ରହିବ 

   ସଂଖ୍ୟା ଆମ ଅଲିଅଳି

ବର୍ଗଫଳ ମାନ  ଦୃତ ବଢିଯାଏ

  ବାକି ସବୁ ଶକ୍ତିଶାଳୀ ।

ଦୁଇ ଦୁଇ ଚାରି  ଦୁଇ ଦୁଣେ ଚାରି

   ଦୁଇ ବର୍ଗ ହୁଏ ଚାରି 

ତିନି ଧିନା ଧିନି  ଭାରି ମଜା କରେ

   ମିଶାଣରୁ ବୁଝ ହରି ।

ଯେଉଁ ସଂଖ୍ୟା ଗୋଟି  ମିଶାଣ କରିଲେ

    ତିନିରେ ହୁଏ ହରି

ସେହି ସଂଖ୍ୟା ତିନି  ଗୁଣିତକ ବୋଲି

    ସହଜେ ପାରିବ ବାରି ।

ଗଣିତ କୁହୁକ   ପ୍ରତିଟି ସଂଖ୍ୟାର

   ଆଜି ପାଇଁ ପିଲେ ଥାଉ

ବୋଉ ଡାକିଲେଣି  କୁନା କୁନି ଆସ

   ଶୀତଳ ହେଲାଣି ଜାଉ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍