STORYMIRROR

Rama chandra Pradhan

Others

3  

Rama chandra Pradhan

Others

ଘଟଗାଁ ତାରିଣୀ

ଘଟଗାଁ ତାରିଣୀ

1 min
173

ଘଟଗାଁ ତାରିଣୀ ଦୁଃଖ ହାରିଣୀ ମା 

  ସଂକଟେ ହେଉ ତୁ ସାହା 

ବିପଦରେ ପଡ଼ି ତୋତେ ସୁମରିଲେ 

   କରିଥାଉ ତୁହି ଆହା l


ବିପଦ ଭଞ୍ଜନୀ ନଡ଼ିଆ ରାଣୀ ତୁ 

   ମହିମା ମମତା ଭରା 

ତୋ ପଣତ ଛାଇ ସେନେହରେ ବୋଳା 

   କରୁଣା ପୂଣ୍ୟର ଧାରା l


ସିନ୍ଦୂର ଶୋଭିତା ମନ୍ଦାର ମଣ୍ଡିତା 

  ଜୟ ଜୟ ମା ତାରିଣୀ 

ତ୍ରିପୁର ବନ୍ଦିତା ଜଗତ ପୂଜିତା 

  ତୁହି ମା ବିଶ୍ୱ କଲ୍ୟାଣୀ l


ଭାବର ଇପ୍ସିତା ଇଚ୍ଛାର ସମ୍ଭୁତା 

  ଲୀଳା ତୋ ଜଗତଜିତା 

ଦେହୁରୀ ସେବିତା ବିଶ୍ୱ ଜନହିତା 

  କୃପାମୟୀ ଆଦିମାତା l


ତୋ ପରିକା ମାଆ ସଂସାରରେ ଥିଲେ 

  ନ ଥାଏ କାହାର ଡର 

କିଏ ନ ଜାଣିଛି କରୁଣା ତୋହର

  ଅଟେ ଅନନ୍ତ ଅପାର l


    



Rate this content
Log in